www.samajalive.in
Friday, December 12, 2025
15.1 C
Bhubaneswar

ଆମେରିକାରେ ଭାରତୀୟ ବଂଶୋଦ୍ଭବ ପୁଲିସ କର୍ମଚାରୀଙ୍କୁ ଗୁଳି କରିଥିବା ଅପରାଧି ଗିରଫ

ଓ୍ୱାଶିଂଟନ . – ଆମେରିକାରେ ଖ୍ରୀଷ୍ଟମାସ ଅବସରେ  ଜଣେ ଭାରତୀୟ ବଂଶୋଦ୍ଭବ ପୁଲିସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ ଗିରଫ ହୋଇଛି। ଏହି ଅଭିଯୁକ୍ତ ଗୁସ୍ତାବ ପରେଜ୍‌ ଆରିଆଗା ମେକ୍ସିକୋର ନାଗରିକ । ସେ ବେଆଇନ ଭାବେ ଆମେରିକାରେ ରହୁଥିଲେ ।  ଖ୍ରୀଷ୍ଟମାସରେ ଓଭର ଡ୍ୟୁଟି କରୁଥିବା ରୋନୀଲ ସିଂଙ୍କୁ ସେ କାଲିଫର୍ଣ୍ଣିଆର ଏକ ଛକ ନିକଟରେ ଗୁଳି କରି ଗୁରୁତର କରିଥିଲେ । ରୋନୀଲଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହାପରେ   କାଲିଫର୍ଣ୍ଣିଆ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଗୁସ୍ତାବ ପରେଜ୍‌ ଆରିଆଗା ନିଶାଗ୍ରସ୍ତ ଅବସ୍ଥା ଗାଡି ଚଳାଉଥିଲେ , ରୋନୀଲ ତାଙ୍କୁ ରୋକିବାରୁ ଚେଷ୍ଟା କରିବାରୁ ସେ ତାଙ୍କୁ ଗୁଳିକରି ହତ୍ୟା କରିଥିଲେ । ହତ୍ୟାକାଣ୍ଡରୁ  ୩୦୦ କିଲୋମିଟର ଦୂରରେ ଅଭିଯୁକ୍ତ ଗୁସ୍ତାବ ପରେଜ୍‌ ଆରିଆଗାକୁ ଗିରଫ କରାଯାଇଛି।  ତାକୁ ଫେରାର ହେବାରେ ସହାୟତା କରିବା ଅବସ୍ଥାରେ ଆହୁରି ୩ ଜଣଙ୍କୁ ଗିରଫ କରାଯାଇଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories