www.samajalive.in
Sunday, December 14, 2025
26.1 C
Bhubaneswar

 ଟେକାମାଡ଼ରେ କନଷ୍ଟେବଳ ନିହତ

ଘାଜିପୁର: ଉତ୍ତରପ୍ରଦେଶ ଘାଜିପୁର ଜିଲାରେ ଶନିବାର ହିଂସାକାଣ୍ଡ ଘଟି ଜଣେ ପୁଲିସ କନଷ୍ଟେବଳ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ କେତେକ ସାଧାରଣ ଲୋକ ଆହତ ହୋଇଛନ୍ତି। ଘାଜିପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ପରେ ଏହି ହିଂସାକାଣ୍ଡ ଘଟିଛି। ରିପୋର୍ଟ ଅନୁଯାୟୀ ନିସାଦ ସମ୍ପ୍ରଦାୟର କେତେକ ଲୋକ ସଂରକ୍ଷଣ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ସେମାନଙ୍କ ମଧ୍ୟରୁ କେତେକ ହିଂସା ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ରାଲିରୁ ଫେରୁଥିବା ବିଜେପି କର୍ମୀଙ୍କୁ ଅଟକାଇ ସେମାନଙ୍କ ଗାଡି ଭଙ୍ଗାରୁଜା କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ସେମାନଙ୍କୁ ନିୟନ୍ତ୍ରଣ ଲାଗି ଉଦ୍ୟମ କରିବାରୁ ଟେକାପଥର ମାଡ କରିଥିଲେ। ଏହି ଟେକା ମାଡରେ ଜଣେ କନଷ୍ଟେବଳ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ମୃତ୍ୟୁ ହୋଇଥିଲା। ନିହତ ପୁଲିସ କନଷ୍ଟେବଳ ହେଉଛନ୍ତି ସୁରେଶ ଭାଟ୍ସ। ସୁରେଶ ପ୍ରଧାନମନ୍ତ୍ରୀଙ୍କ ରାଲିରୁ ଫେରୁଥିବାବେଳେ ତାଙ୍କୁ ବିକ୍ଷୋଭ ନିୟନ୍ତ୍ରଣ ଲାଗି ପଠାଯାଇଥିଲା। ସୁରେଶଙ୍କ ପରିବାର ପାଇଁ ୪୦ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ରାଜ୍ୟରେ ହିଂସାକାଣ୍ଡ ଘଟି ପୁଲିସ କର୍ମଚାରୀ ପ୍ରାଣ ହରାଇବା ଘଟଣା ମାସକ ମଧ୍ୟରେ ଦ୍ବିତୀୟ ଥର ଘଟିଛି। ଏହା ପୂର୍ବରୁ ଡିସେମ୍ବର ୩ରେ ବୁଲନ୍ଦସହର ଜିଲାରେ ହିଂସାକାଣ୍ଡ ଘଟି ଜଣେ ପୁଲିସ ଇନ୍ସପେକ୍ଟର ପ୍ରାଣ ହରାଇଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories