ପୁଣିଥରେ ପୁତୁରା ଆକାଶ ଆନନ୍ଦଙ୍କୁ ଉତ୍ତରାଧିକାରୀ ଘୋଷଣା କଲେ ମାୟାବତୀ

ଲକ୍ଷ୍ନୌ: ଆକାଶ ଆନନ୍ଦ ପୁଣି ଥରେ ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ହୋଇଛନ୍ତି। ରବିବାର ଲକ୍ଷ୍ନୌରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମାୟାବତୀ ପୁଣି ଥରେ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ତାଙ୍କ ଉତ୍ତରାଧିକାରୀ ବୋଲି ଘୋଷଣା କରିଛନ୍ତି। ତେବେ ଗୋଟିଏ ଦିନ ପୂର୍ବରୁ ଆକାଶଙ୍କୁ ଉତ୍ତରାଖଣ୍ଡ ଉପନିର୍ବାଚନ ପାଇଁ ଦଳର ଷ୍ଟାର ପ୍ରଚାରକ କରାଯାଇଥିଲା।

ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ସମୟରେ ଆକାଶଙ୍କ ଏକ ଭାଷଣକୁ ନେଇ ମାୟାବତୀ ତାଙ୍କୁ ଦଳର ରାଷ୍ଟ୍ରୀୟ ସଂଯୋଜକ ପଦରୁ ହଟାଇ ତାଙ୍କୁ ଅପରିପକ୍ୱ ବୋଲି କହିଥିଲେ। ଏହାସହ ସେ ଯେପର୍ଯ୍ୟନ୍ତ ପରିପକ୍ୱ ହୋଇନାହାନ୍ତି ସେପର୍ଯ୍ୟନ୍ତ ତାଙ୍କୁ ଉତ୍ତରାଧିକାରୀ ନିଯୁକ୍ତ କରିବାକୁ ମନା କରିଦେଇଥିଲେ।

 

Comments are closed.