www.samajalive.in
Saturday, December 6, 2025
16.1 C
Bhubaneswar

୧୯୮୫ ମସିହା ଆଜିର ଦିନରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ୩୨୯ ଯାତ୍ରୀ

ଡେସ୍କ: ଏୟାର ଇଣ୍ଡିଆ ବିମାନ ୧୮୨ କନିଷ୍କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩୨୯ ଜଣଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ସୁବ୍ରମଣ୍ୟମ ଜୟଶଙ୍କର। ୩୯ ବର୍ଷ ପୂର୍ବେ ୧୯୮୫ ମସିହା ଆଜିର ଦିନରେ ଏହି ଦୁର୍ଘଟଣା ଘଟିଥିଲା। ମୃତକଙ୍କ ମଧ୍ୟରେ ୮୬ ଜଣ ଛୋଟ ପିଲା ଥିଲେ। ଏକ ସୋସିଆଲ ମିଡିଆ ପୋଷ୍ଟରେ ସେ ଏହାକୁ ଆତଙ୍କବାଦ ଇତିହାସର ସବୁଠାରୁ ଦୁଃଖଦ ଘଟଣା ବୋଲି ବର୍ଣ୍ଣନା କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ପୀଡ଼ିତାଙ୍କ ପରିବାର ସହିତ ତାଙ୍କର ସମବେଦନା ରହିଛି। ଆତଙ୍କବାଦକୁ କେବେ ବି ବରଦାସ୍ତ କରାଯିବା ଉଚିତ ନୁହେଁ ବୋଲି ଏହି ଘଟଣା ଏକ ଭୟାନକ ସ୍ମରଣ କରାଇ ଦେଇଛି ବୋଲି ସେ କହିଛନ୍ତି।

ଜୁନ୍ ୨୩ ରେ ଲଣ୍ଡନର ହିଥ୍ରୋ ବିମାନବନ୍ଦରରେ ଅବତରଣ କରିବାର ୪୫ ମିନିଟ୍ ପୂର୍ବରୁ ଏୟାର ଇଣ୍ଡିଆର ‘କନିଷ୍କ’ ବିମାନ ୧୮୨ ମଣ୍ଟ୍ରିଆଲରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ବିସ୍ଫୋରଣ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଏହି ବିସ୍ଫୋରଣ ପାଇଁ ଶିଖ୍ ଆତଙ୍କବାଦୀମାନଙ୍କୁ ଦାୟୀ କରାଯାଇଥିଲା, ଯାହା ସ୍ଵର୍ଣ୍ଣମନ୍ଦିରରୁ ଆତଙ୍କବାଦୀଙ୍କୁ ହଟାଇବା ପାଇଁ ୧୯୮୪ ମସିହାରେ ହୋଇଥିବା ସାମରିକ ଅଭିଯାନ ‘ଅପରେସନ୍ ବ୍ଲୁଷ୍ଟାର’ର ପ୍ରତିଶୋଧ ବୋଲି ବିଶ୍ୱାସ କରାଯାଉଥିଲା। ଚଳିତ ବର୍ଷ ଜୁନ୍ ୨୨ତାରିଖରେ କାନାଡା ପୁଲିସ କହିଥିଲା ଯେଏୟାର ଇଣ୍ଡିଆ ଫ୍ଲାଇଟ୍ ୧୮୨ରେ ହୋଇଥିବା ବୋମା ବିସ୍ଫୋରଣ ଘଟଣାର ତଦନ୍ତ ସକ୍ରିୟ ଓ ଜାରି ରହିଛି। ରୟାଲ କାନାଡିଆନ୍ ମାଉଣ୍ଟେଡ୍ ପୁଲିସ (ଆରସିଏମ୍ପି)ର ସହକାରୀ କମିଶନର ଡେଭିଡ୍ ଟେବୁଲ୍ ଶୁକ୍ରବାର ଏକ ବିବୃତ୍ତିରେ କହିଛନ୍ତି, ଏୟାର ଇଣ୍ଡିଆ ତଦନ୍ତ ଆମ ଇତିହାସରେ ଆରସିଏମପି ଦ୍ୱାରା କରାଯାଇଥିବା ସବୁଠାରୁ ଲମ୍ବା ଏବଂ ନିଶ୍ଚିତ ଭାବେ ସବୁଠାରୁ ଜଟିଳ ଘରୋଇ ଆତଙ୍କବାଦ ତଦନ୍ତ। ଆମର ଅନୁସନ୍ଧାନ ପ୍ରୟାସ ସକ୍ରିୟ ଓ ଜାରି ରହିଛି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories