www.samajalive.in
Saturday, December 6, 2025
26.1 C
Bhubaneswar

ବିନା କାମରେ ୨୦ ବର୍ଷ ଦରମା ପାଇଲେ କର୍ମଚାରୀ, ତା’ ପରେ ବି କମ୍ପାନୀକୁ କୋର୍ଟକୁ ଟାଣିଲେ; ଜାଣନ୍ତୁ କାରଣ…

ସମାଜ ଡିଜିଟାଲ ଡେସ୍କ: ଶୀର୍ଷକଟି ଟିକେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ଏହା ସତ। ଏଭଳି ଏକ ଅଜବ ଘଟଣା ଘଟିଛି ଫ୍ରାନ୍ସରେ। ଜଣେ ମହିଳା କର୍ମଚାରୀ ଅରେଞ୍ଜ ଟେଲିକମ କମ୍ପାନୀ ନାମରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ତେବେ ପୂରା ଘଟଣା କ’ଣ ଆସନ୍ତୁ ଜାଣିବା।

ମହିଳା କର୍ମଚାରୀଙ୍କ ନାମ ହେଉଛି ଲରେନ୍ସ ଭନ ୱାସେନହୋଭ। ସେ ପକ୍ଷାଘାତ ଏବଂ ଅପସ୍ମାର ରୋଗରେ ଆକ୍ରାନ୍ତ। ଏହା ସତ୍ତେ୍ୱ ଅରେଞ୍ଜ ଟେଲିକମ କମ୍ପାନୀରେ ୧୯୯୩ରେ ନିଯୁକ୍ତି ପାଇଥିଲେ। କମ୍ପାନୀର ସଚିବ ପଦବୀରେ ତାଙ୍କୁ ନିଯୁକ୍ତି ମିଳିଥିଲା। ସେ ମାନବ ସମ୍ବଳ ବିଭାଗରେ ବି କାର୍ଯ୍ୟ କରୁଥିଲେ। କିନ୍ତୁ ୨୦୦୨ରେ ତାଙ୍କ ଅନୁରୋଧକ୍ରମେ କମ୍ପାନୀ ପକ୍ଷରୁ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। କିନ୍ତୁ ନୂଆ କାର୍ଯ୍ୟସ୍ଥଳରେ ତାଙ୍କୁ ଖାପଖୁଆଇ କାର୍ଯ୍ୟ କରିବା କଷ୍ଟକର ହୋଇପଡ଼ିଲା। ସେ ପକ୍ଷାଘାତ ଏବଂ ଅପସ୍ମାର ରୋଗରେ ଆକ୍ରାନ୍ତ ଥିବାରୁ ତାଙ୍କ ପାଇଁ କମ୍ପାନୀ କାର୍ଯ୍ୟାଳୟରେ ପୂର୍ବପରି କୌଣସି ସୁବିଧା କରାଗଲା ନାହିଁ। ଯେଉଁଥିପାଇଁ ସେ କାର୍ଯ୍ୟାଳୟକୁ ଯାଇପାରିଲେ ନାହିଁ। କମ୍ପାନୀ ପକ୍ଷରୁ ବି ତାଙ୍କୁ କୌଣସି କାର୍ଯ୍ୟ ଦିଆଗଲା ନାହିଁ।

- Advertisement -

ଏସବୁ ସତ୍ତେ୍ୱ କମ୍ପାନୀ ପକ୍ଷରୁ ନିୟମିତ ଭାବେ ତାଙ୍କୁ ସମ୍ପୂର୍ଣ୍ଣ ଦରମା ଦିଆଯାଉଥିଲା। ବର୍ତ୍ତମାନ ମହିଳା ଜଣକ କମ୍ପାନୀ ବିରୋଧରେ କୋର୍ଟରେ ମାମଲା ରୁଜୁ କରିଛନ୍ତି। ଏହାର କାରଣରେ ସେ ଦର୍ଶାଇଛନ୍ତି ଯେ, କମ୍ପାନୀ ତାଙ୍କ ପାଇଁ କାର୍ଯ୍ୟସ୍ଥଳରେ କୌଣସି ସୁବିଧା ଯୋଗାଇ ନ ଦେବାରୁ ସେ ଦୀର୍ଘବର୍ଷ ଧରି ଘରେ ରହିଲେ। ଏହାଦ୍ୱାରା ସେ ବାହାରକୁ ଯାଇପାରିଲେ ନାହିଁ। ଦୀର୍ଘ ୨୦ ବର୍ଷ ଧରି ଏକାନ୍ତବାସରେ ରହିବା ଏବଂ ବିନା କାମରେ ଦରମା ଦିଆଯାଇ ତାଙ୍କ ନୈତିକତାକୁ ଶୋଷଣ କରାଯାଇଛି। ତାଙ୍କ ନିକଟରେ କାର୍ଯ୍ୟ କରିବାର ଯେଉଁ ଉଦ୍ଦେଶ୍ୟ ରହିଥିଲା ତାହାକୁ ସେ ହରାଇଛନ୍ତି। କର୍ମ କ୍ଷେତ୍ରରେ ସେ ଏକପ୍ରକାର ପଙ୍ଗୁ ପାଲଟି ଯାଇଛନ୍ତି ବୋଲି ମହିଳା କର୍ମଚାରୀଙ୍କ ପକ୍ଷରୁ ତାଙ୍କ ଓକିଲ କୋର୍ଟରେ ଯୁକ୍ତି କରିଛନ୍ତି।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories