୭୨,୯୯୯ ଟଙ୍କାର ଆଇଫୋନ୍‌ ଉପରେ ୫୬ ହଜାର ରିହାତି, ଜାଣନ୍ତୁ କେଉଁଠି ମିଳୁଛି ଏହି ଜବରଦସ୍ତ ଅଫର

ସମାଜ ଡିଜିଟାଲ ଡେସ୍କ: ଆଇଫୋନ୍‌ କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଜବରଦସ୍ତ ଅଫର୍ ରହିଛି। iPhone 15 କ୍ରୟ ଉପରେ ଫ୍ଲିପକାର୍ଟ ଏକ ଆକର୍ଷଣୀୟ ଅଫର ଜାରି କରିଛି, ଯାହା ସାହାଯ୍ୟରେ ୭୨ ହଜାର ଟଙ୍କା ମୂଲ୍ୟର ଆଇଫୋନ୍-୧୫ ସ୍ମାର୍ଟଫୋନକୁ ମାତ୍ର ୧୬ ହଜାର ଟଙ୍କାରେ କିଣାଯାଇପାରିବ। ଏଥିସହ କିଛି ଅନ୍ୟାନ୍ୟ ରିହାତି ଅଫର ମଧ୍ୟ ମିଳିବ। ଫୋନ୍ କ୍ରୟ ଉପରେ ବ୍ୟାଙ୍କ ରିହାତି ସହ ଏକ୍ସଚେଞ୍ଜ୍ ଅଫର୍ ଦିଆଯାଉଛି।

ଦାମ୍‌ ଓ ଅଫର:

iPhone 15 ସ୍ମାର୍ଟଫୋନର ୧୨୮ ଜିବି ଷ୍ଟୋରେଜ୍‌ ଭାରିଆଣ୍ଟର ମୂଲ୍ୟ ୭୨,୯୯୯ ଟଙ୍କା। ଫୋନ୍‌କୁ ଫ୍ଲିପକାର୍ଟରେ ୮ ପ୍ରତିଶତ ରିହାତି ଅଫର ସହ କିଣାଯାଇପାରିବ। ଫୋନ୍ କ୍ରୟ ଉପରେ ୫୩,୦୦୦ ଟଙ୍କାର ଏକ୍ସଚେଞ୍ଜ୍ ଅଫର ଦିଆଯାଉଛି। ଏଥିସହ କେତେକ ନିର୍ଦିଷ୍ଟ ମଡେଲ ଉପରେ ୩୦୦୦ ଟଙ୍କାର ଏକ୍ସଚେଞ୍ଜ୍ ଅଫର ଦିଆଯାଉଛି। ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡରେ ଫୋନ୍‌ ଉପରେ ୨୦୦୦ ଟଙ୍କା ରିହାତି ଦିଆଯାଉଛି। ଏଥିସହ ୫ ପ୍ରତିଶତ କ୍ୟାସ୍‌ବ୍ୟାକ୍ ଦିଆଯାଉଛି। ଏପରି ଭାବେ ଆଇଫୋନ୍‌ ୧୫କୁ ୧୬,୦୦୦ ଟଙ୍କାରେ କିଣିପାରିବେ। ଫୋନ୍ କ୍ରୟ ଉପରେ ୧ ବର୍ଷ ୱାରେଣ୍ଟି ଏବଂ ୬ ମାସ ଇନ୍-ବକ୍ସ ଆସେସୋରିଜ୍ ୱାରେଣ୍ଟି ଦିଆଯାଉଛି। ମାସକୁ ୨୫୬୭ ଟଙ୍କାର ଇଏମଆଇରେ କିଣିପାରିବେ ଏହି ଫୋନ୍।

ସୂଚନାଯୋଗ୍ୟ, ଏକ୍ସଚେଞ୍ଜ ଅଫରରେ ଆପଣଙ୍କୁ ନିଜ ପୁରୁଣା ସ୍ମାର୍ଟଫୋନ୍ ଦେବାକୁ ପଡ଼ିବ, ଏହାପରେ ଆପଣ ସର୍ବାଧିକ ଏକ୍ସଚେଞ୍ଜ ଅଫରର ଲାଭ ଉଠାଇ ପାରିବେ। ଏହି ଏକ୍ସଚେଞ୍ଜ ଅଫର ଆପଣଙ୍କ ପୁରୁଣା ସ୍ମାର୍ଟଫୋନର ସ୍ଥିତି ଏବଂ ମଡେଲ ଉପରେ ନିର୍ଭର କରେ ଯେ ତାହା କେତେ ପୁରୁଣା ମଡେଲ। ଏଥିସହ ବର୍ତ୍ତମାନ ସମୟରେ ଫୋନ୍‌ର ଅବସ୍ଥା କିପରି ଅଛି।

ବିଶେଷତ୍ଵ:

iPhone 15 ସ୍ମାର୍ଟଫୋନରେ ୬.୧ ଇଞ୍ଚ୍‌ର ସୁପର ରେଟିନା ଏକ୍ସଡିଆର ଡିସପ୍ଲେ ରହିଛି। ଫୋନ୍‌ରେ ଡୁଆଲ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଏଥିରେ ୪୮ଏମପି ମେନ୍ କ୍ୟାମେରା ଓ ୧୨ଏମପି ସେକେଣ୍ଡାରୀ କ୍ୟାମେରା ରହିଛି। ଏହାସହ ଫ୍ରଣ୍ଟରେ ୧୨ଏମପିର କ୍ୟାମେରା ସେନ୍‌ସର୍‌ ଦିଆଯାଇଛି। ଫୋନରେ ଏ୧୬ ବାୟୋନିକ୍ ଚିପ୍‌ସେଟ୍ ସପୋର୍ଟ ଦିଆଯାଇଛି। ଫୋନ୍‌ରେ iOS 17 ଅପରେଟିଂ ସିଷ୍ଟମ୍ ରହିଛି, ଯାହାକୁ ଖୁବଶୀଘ୍ର iOS 18 ସପୋର୍ଟ ଦିଆଯାଇପାରେ।

 

Comments are closed.