ଜୁନ ୨୪ରୁ ଲୋକସଭାର ପ୍ରଥମ ଅଧିବେଶନ, ଶପଥ ଗ୍ରହଣ କରିବେ ନବନିର୍ବାଚିତ ସଦସ୍ୟ

ଡେସ୍କ: ଆସନ୍ତାକାଲି (ସୋମବାର)ଠାରୁ ଆରମ୍ଭ ହେବ ୧୮ତମ ଲୋକସଭାର ପ୍ରଥମ ଅଧିବେଶନ। ଏହି ଅଧିବେଶନରେ ନବନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ କରାଯିବ।

କେନ୍ଦ୍ରରେ ନୂଆ ସରକାର ଗଠନ ପରେ ଏହା ହେଉଛି ପ୍ରଥମ ଅଧିବେଶନ। ଏହି ଅଧିବେଶନରେ ପ୍ରୋଟେମ୍ ବାଚସ୍ପତି ଭାବେ ନିଯୁକ୍ତ ହୋଇଥିବା ବରିଷ୍ଠ ବିଜେପି ସାଂସଦ ଭର୍ତ୍ତୃହରି ମହତାବ ନବନିର୍ବାଚିତ ଲୋକସଭା ସାଂସଦଙ୍କୁ ଶପଥ ପାଠ କରାଇବେ। ଚଳିତ ମାସ ୨୬ ତାରିଖରେ ନୂଆ ଲୋକସଭା ବାଚସ୍ପତି ନିର୍ବାଚନ ହେବାକୁ ଥିବା ବେଳେ ଜୁନ୍ ୨୭ ତାରିଖରେ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦବୋଧନ ଦେବେ। ଚଳିତ ମାସ ୨୭ ତାରିଖରୁ ରାଜ୍ୟସଭା ଅଧିବେଶନ ଆରମ୍ଭ ହେବ। ଆସନ୍ତା ମାସ ୩ ତାରିଖରେ ସଂସଦ ଅଧିବେଶନ ଶେଷ ହେବ।

Comments are closed.