ନିଟ୍ ପରୀକ୍ଷା ଅନିୟମିତତା – ଝାଡ଼ଖଣ୍ଡରୁ ୬ ଗିରଫ

ଡେସ୍କ: ନିଟ୍ ମେଡିକାଲ ପ୍ରବେଶିକା ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ବିହାର ପୁଲିସ ଝାଡ଼ଖଣ୍ଡର ଦେଓଘର ଜିଲ୍ଲାରୁ ୬ ଜଣଙ୍କୁ ଗିରଫ କରିଛି। ଦେବଘର ସଦର ଏସଡିପିଓ ରିତ୍ବିକ ଶ୍ରୀବାସ୍ତବ କହିଛନ୍ତି, ଦେବୀପୁର ଥାନା ଅଞ୍ଚଳର ଏମ୍ସ-ଦେଓଘର ନିକଟରେ ଥିବା ଏକ ଭଡ଼ା ଘରୁ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଚିହ୍ନଟ ହେବା ପରେ ସମସ୍ତ ସନ୍ଦିଗ୍ଧଙ୍କୁ ଅଟକ ରଖି ବିହାର ପଠାଯାଇଛି। ବିହାରର ଅର୍ଥନୈତିକ ଅପରାଧ ୟୁନିଟ୍ ଏହି ମାମଲାର ତଦନ୍ତ କରୁଛି।

Comments are closed.