www.samajalive.in
Friday, December 5, 2025
17.1 C
Bhubaneswar

ଶ୍ରୀମନ୍ଦିରରେ ଅସଦାଚରଣ ଅଭିଯୋଗରେ କନଷ୍ଟେବଲ ନିଲମ୍ବିତ

ପୁରୀ: ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ମାମଲାରେ ଅଭିଯୁକ୍ତ କନଷ୍ଟେବଲ ନିଲମ୍ବିତ ହୋଇଛନ୍ତି । ସିସିଟିଭି ଫୁଟେଜ୍ ରୁ ଚିହ୍ନଟ କରାଯାଇ ଅଭିଯୁକ୍ତ ଛୁକେଶ ମେହେରଙ୍କୁ ଥାନାରେ ଅଟକ ରଖାଯାଇଛି । ପରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଶନିବାର ସକାଳେ ପରିବାର ସହ ଶ୍ରୀମନ୍ଦିରର ଭିତରକାଠ ନିକଟରେ ଶ୍ରୀଜିଉଙ୍କ ଦର୍ଶନ କରିବା ବେଳେ ଜଣେ ଆଇଆରବି କନେଷ୍ଟବଳ ଛୁକେଶ ମେହେର ୧୪ ବର୍ଷିୟା ନାବାଳିକା ସହ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ପୀଡିତା ବାପା ଏନେଇ ସିଂହଦ୍ବାର ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ପରେ ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଧରିଛି।

- Advertisement -

ପର୍ଯ୍ୟଟକଙ୍କୁ ନେଇ ଗୁରୁବାର ଶ୍ରୀମନ୍ଦିରେ ସେବାୟତ ଓ ପୁଲିସ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା । ପୁଲିସ ମାଡରେ ଜଣେ ସେବାୟତଙ୍କ ନାକ ଫାଟି ଯାଇଥିବା ବୋଲି ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦରେ ଶୁକ୍ରବାର ସେବାୟତମାନେ ଶ୍ରୀଜିଉଙ୍କ ନୀତିକାନ୍ତି ବନ୍ଦ କରିବା ସହ ସାଧାରଣ ଦର୍ଶନ ମଧ୍ୟ ବନ୍ଦ କରିଦେଇଥିଲେ । ଯାହାକୁ ନେଇ ଗତକାଲି ସିଂହଦ୍ବାର ନିକଟରେ ଉତ୍ତେଜନାମୂଳକ ପରିସ୍ଥିତି ସୃ​‌ଷ୍ଟି ହୋଇଥିଲା । ପୁଲିସ ଓ ସେବାୟତଙ୍କ ବିବାଦର ସମାଧାନ ପରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନକୁ ୨୪ ଘଣ୍ଟା ପୁରି ନଥିବା ବେଳେ ଶନିବାର ପୁଣି ନୂଆ ବିବାଦ ମୁଣ୍ଡ ଟେକିଥିଲା ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories