www.samajalive.in
Saturday, December 6, 2025
26.1 C
Bhubaneswar

ଶ୍ରୀନଗର ଜାମା ମସଜିଦରେ ଉଡୁଛି ଆଇଏସ୍‍ ପତାକା

ଶ୍ରୀନଗର : ଶ୍ରୀନଗର ଜାମା ମସଜିଦରେ ଶନିବାର ଆଇଏସ୍‍ଆଇଏସ୍‍ ପତାକା ଉଡ଼ୁଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଶୁକ୍ରବାର ସନ୍ଧ୍ୟା ସମୟରେ ଜାମା ମସଜିଦ୍‍ରେ ଆୱାମି ଆକ୍ସନ କମିଟି ଅଧ୍ୟକ୍ଷ ମିରୱାଇଜ ଉମର ଫାରୁକ ନମାଜ ପାଠ କରିଥିଲେ। ଏହାପରେ କେତେକ ଆଇଏସ୍‍ଆଇଏସ୍‍ ବିଚାରଧାରାରେ ଅନୁପ୍ରାଣିତ ଯୁବକ ମସଜିଦ୍‍ ମଧ୍ୟକୁ ପଶି ସ୍ଲୋଗାନମାନ ଦେଇଥିଲେ ଓ ଉପରକୁ ଚଢି ଆଇଏସ୍‍ ପତାକା ଉଡ଼ାଇଥିଲେ। ସେଠାରେ ବହୁ ଲୋକ ଉପସ୍ଥିତ ଥିଲେ ବି କେହି ପ୍ରତିବାଦ କରିନଥିଲେ। ତେବେ ଯୁବକଙ୍କ ଏଭଳି କାଣ୍ଡ ଦେଖି ଲୋକେ ଡରିଯାଇଥିଲେ ବୋଲି ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ପ୍ରକାଶ କରିଛନ୍ତି। ଏହି ଘଟଣାର ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ୮ରୁ ୧୦ ଜଣ ମୁଖାପିନ୍ଧା ଯୁବକ ଆଇଏସ୍‍ଆଇଏସ୍‍ର ସମର୍ଥନ କରି ସ୍ଲୋଗାନ ଦେଉଛନ୍ତି। ଏହାପରେ ଜାମା ମସଜିଦ୍‍ ଉପରକୁ ଚଢି ଆଇଏସ୍‍ ପତାକା ଉଡ଼ାଉଛନ୍ତି। ପ୍ରକାଶଯୋଗ୍ୟ ଯେ ମିରୱାଇଜ ଅଲ ପାର୍ଟିଜ ହୁରିୟତ କନଫ୍ରେନ୍ସ (ଏପିଏଚ୍‍ସି)ର ଅଧ୍ୟକ୍ଷ ଏବଂ ଜେଆରଏଲର ମୁଖ୍ୟ ସଦସ୍ୟ। ସେ କାଶ୍ମୀରର ସ୍ୱାଧୀନତା ପାଇଁ ଦାବି କରୁଥିବା ଲୋକଙ୍କ ସପକ୍ଷରେ ମତବ୍ୟକ୍ତ କରିଆସୁଛନ୍ତି।
ଜାମା ମସଜିଦ୍‍ ହେଉଛି ଜାମ୍ମୁ କାଶ୍ମୀରର ଏକ ପ୍ରାଚୀନ ମସଜିଦ୍‍। ଏଠାରେ ଏକସଙ୍ଗେ ୩୪ ହଜାର ଲୋକ ନମାଜ ପାଠ କରିଥାନ୍ତି। ଦୁଇ ବର୍ଷ ପୂର୍ବେ ଏହି ମସଜିଦ୍‍ ବାହାରେ ଜାମ୍ମୁ କାଶ୍ମୀର ଜଣେ ପୁଲିସ୍‍ କର୍ମୀଙ୍କୁ ଲୋକେ ପିଟି ପିଟି ହତ୍ୟା କରିଥିଲେ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories