ପୁଣେ ପୋର୍ସେ କାର ଦୁର୍ଘଟଣା : ନାବାଳକର ପିତାଙ୍କୁ ଜାମିନ

ମୁମ୍ବଇ : ପୁଣେର ବହୁ ଚର୍ଚ୍ଚିତ ପୋର୍ସେ କାର ଦୁର୍ଘଟଣାର ଅଭିଯୁକ୍ତ ନାବାଳକର ପିତା ବିଶାଲ ଅଗ୍ରୱାଲଙ୍କୁ ଶୁକ୍ରବାର ଅଦାଲତ ଜମିନ ପ୍ରଦାନ କରିଛନ୍ତି। ପୁଣେ ଦୌରାଜଜ୍ କୋର୍ଟ ଜୁନ୍ ୧୨ ଅଗ୍ରୱାଲଙ୍କ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷଣ ରଖିଥିବାବେଳେ ଆଜି ଏହାକୁ ପ୍ରକାଶ କରିଛନ୍ତି। ମେ ୧୯ରେ ବିଶାଲଙ୍କ ନାବାଳକ ପୁଅ  ନିଶାସକ୍ତ ଅବସ୍ଥାରେ ପୋର୍ସେ କାର ଚଳାଇ ଦୁର୍ଘଟଣା ଘଟାଇଥିଲା। କାର୍‌ ଧକ୍କାରେ ଦୁଇଜଣ ଆଇଟି ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଅଭିଯୁକ୍ତ ନାବାଳକକୁ ପୁଲିସ ଗିରଫ କରିବା ସହିତ ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିଲେ କି ନାହିଁ ତାହା ଜାଣିବା ଲାଗି ରକ୍ତ ନମୁନା ପରୀକ୍ଷା ପାଇଁ ପଠାଇଥିଲା। ତେବେ ପୁଅର ରକ୍ତ ନମୁନା ପରିବର୍ତ୍ତନ କରିବା ଲାଗି ବିଶାଲ ଡାକ୍ତରଙ୍କୁ ୩ଲକ୍ଷ ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ବିଶାଲଙ୍କ ପତ୍ନୀ ଶିବାନୀ ମଧ୍ୟ ଗିରଫ ହୋଇଥିଲେ। ତାଙ୍କୁ ଦୁଇ ଦିନ ପୂର୍ବେ ଜାମିନ ମିଳିଛି। ଗିରଫ ନାବାଳକ ଏବେ ବାଲ୍ ସୁଧାର କେନ୍ଦ୍ରରେ ରହିଛି।

Comments are closed.