ଶୁଣିଲାନି ପ୍ରଶାସନ, ଚାନ୍ଦା ଆଦାୟ କରି କୂଅ ମରାମତି କଲେ ଗାଁ ଲୋକ

ଫୁଲବାଣୀ : ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରି ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏହି ଯୋଜନା ପହଞ୍ଚି ପାରୁନାହିଁ ଗ୍ରାମାଞ୍ଚଳରେ, ଯେଉଁଥିପାଇଁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖି ବାକୁ ମିଳୁଛି । କନ୍ଧମାଳ ଜିଲାର ଫୁଲବାଣୀ ବ୍ଲକ ଅନ୍ତର୍ଗତ ମିଣିଆଁ ପଞ୍ଚାୟତ ପିଶୁପଦର ଗ୍ରାମର ଅଭିଯୋଗ ଶୁଣିଲାନି ପ୍ରଶାସନ। ନିଜ ହାତରୁ ଚାନ୍ଦା ଆଦାୟ କରି କୂଅ ମରାମତି କରିଛନ୍ତି ଗାଁ ଲୋକ ।
ସୂଚନା ପ୍ରକାରେ ପିଶୁପଦର ଗ୍ରାମରେ ତିନୋଟି  ପିଇବା ପାଣି କୂଅ ରହିଛି । କିନ୍ତୁ ଗୋଟିଏ ମଧ୍ୟ କୂଅ ଠିକ୍ ଅବସ୍ଥାରେ ନାହିଁ । ବହୁ ଦିନ ପୂର୍ବରୁ କୂଅ ଗୁଡିକ ଖୋଲା ଯାଇଥିବାରୁ ସେଗୁଡ଼ିକ ଚାନ୍ଦିନୀ ଭାଙ୍ଗି ଯାଇଛି। ଏହି ବିଷୟରେ ମରାମତି ପାଇଁ ବାରମ୍ବାର ସରକାର ପାଖରେ ଜଣାଇବା ପରେ ମଧ୍ୟ କୈାଣସି ଅର୍ଥ ଦିଆଗଲା ନାହିଁ। ତେଣୁ ଜନ ଅସନ୍ତୋଷ ଦେଖାଦେଇଛି । ବର୍ତ୍ତମାନ ବର୍ଷା ଦିନ ଆଗକୁ ଆସୁଥିବାରୁ  ବହୁ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ତେଣୁ ଗାଁ ଲୋକେ ନିଜ ହାତରୁ ଚାନ୍ଦା ଆଦାୟ କରି ଆଜି କୁଅ ମରାମତି କରିଥିବା ଜଣାପଡ଼ିଛି। ତେଣୁ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ଉଚ୍ଚ କର୍ତ୍ତୃପକ୍ଷ ଯଥାଶୀଘ୍ର ମରାମତି  କରାଯାଇଥିବା ଅର୍ଥ ରାଶି ପ୍ରଦାନ କରିବା ସହିତ ଅନ୍ୟ କୂଅ ଗୁଡିକ ଯଥା ଶୀଘ୍ର ମରାମତି କରିବାକୁ ଗ୍ରାମବାସୀ ଦାବି  କରିଛନ୍ତି ।

Comments are closed.