www.samajalive.in
Sunday, December 7, 2025
26.1 C
Bhubaneswar

ହେଜବୋଲ୍ଲା ମୁଖ୍ୟ ହସନ ନସରଲ୍ଲା ନିହତ, ସ୍ପଷ୍ଟ କଲା ଇସ୍ରାଏଲ

ସମାଜ ଡିଜିଟାଲ ଡେସ୍କ: ଲେବାନନର ଦକ୍ଷିଣ ବେରୁଟ ସହରରେ ଇସ୍ରାଏଲ ଗତ ଶୁକ୍ରବାରଠାରୁ ଜାରି ରଖିଥିବା ଏୟାରଷ୍ଟ୍ରାଇକରେ ହେଜବୋଲ୍ଲା ମୁଖ୍ୟ ହସନ ନସରଲ୍ଲା ନିହତ ହୋଇଛି। ନସରଲ୍ଲା ସହିତ ତା’ର ଝିଅ ମଧ୍ୟ ପ୍ରାଣ ହରାଇଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ) ପକ୍ଷରୁ ଶନିବାର ଏହା ସ୍ପଷ୍ଟ କରାଯାଇଛି। ନସରଲ୍ଲା ଅନେକ ଇସ୍ରାଏଲ ନାଗରିକ ଏବଂ ସୈନିକଙ୍କ ହତ୍ୟାର ଅଭିଯୁକ୍ତ ଥିବା ସାଙ୍ଗକୁ ହଜାର ହଜାର ଆତଙ୍କବାଦୀ କାର୍ଯ୍ୟକଳାପର ମାଷ୍ଟରମାଇଣ୍ଡ ଥିଲା ବୋଲି କୁହାଯାଇଛି।

ଆଇଡିଏଫ ପକ୍ଷରୁ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ ଜରିଆରେ କୁହାଯାଇଛି ଯେ, ନସରଲ୍ଲା ଏଣିକି ଦୁନିଆକୁ ଆତଙ୍କିତ କରିପାରିବ ନାହିଁ। ଆଇଡିଏଫ ମୁଖପାତ୍ର ଡାନିଏଲ ହାଗୋରି କହିଛନ୍ତି, ଆମେ ଆତଙ୍କବାଦୀ ସଂଗଠନ ହେଜବୋଲ୍ଲାର ମୁଖ୍ୟ ହସନ ନସରଲ୍ଲା ଏବଂ ଦକ୍ଷିଣ କମାଣ୍ଡର ଅଲି କରାକୀଙ୍କ ସମେତ ଅନେକ କମାଣ୍ଡରଙ୍କୁ ନିପାତ କରିଛୁ। ଦକ୍ଷିଣ ବେରୁଟରେ ହେଜବୋଲ୍ଲା ମୁଖ୍ୟାଳୟ ଉପରେ ଶୁକ୍ରବାର କରାଯାଇଥିବା ଏୟାରଷ୍ଟ୍ରାଇକରେ ନସରଲ୍ଲା ଏବଂ ତା’ର ଝିଅ ଜୈନବ ନିହତ ହୋଇଛନ୍ତି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories