ମିଲିଟାରୀ ଷ୍ଟେସନ ପରିସରରେ ଯୋଗ ଦିବସ ପାଳିତ
ଗୋପାଳପୁର: ଗୋଳାବନ୍ଧ ସ୍ଥିତ ଗୋପାଳପୁର ମିଲିଟାରୀ ଷ୍ଟେସନ ପରିସରରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଥିଲା। ଏଥିରେ ସମସ୍ତ ପଦବୀ ଏବଂ ସେମାନଙ୍କ ପରିବାର ସଦସ୍ୟ ମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଦଶମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ପରିପ୍ରେକ୍ଷୀରେ ଷ୍ଟେସନ ପରିସରରେ ଗତ ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଏକ ଯୋଗାଭ୍ୟାସ ଶିବିର ଆୟୋଜିତ ହୋଇଥିଲା। ବହୁ ପ୍ରାଚୀନ କାଳରୁ ଚାଲୁ ରହିଥିବା ଯୋଗର ଅଭ୍ୟାସ ଓ ତାଲିମ ପ୍ରଦାନ ନିମନ୍ତେ ସେନା ପକ୍ଷରୁ ଏହାକୁ ସ୍ୱୀକୃତି ଦେବା ସହ କାର୍ଯ୍ୟରତ ଯବାନ ଓ ଅଫିସର ମାନଙ୍କ କାର୍ଯ୍ୟରେ ମାନସିକ ଏକାଗ୍ରତା କୁ ଉନ୍ନତି କରିବା ଏବଂ ଜୀବନରେ ଏକ ସକରାତ୍ମକ ଦୃଷ୍ଟିକୋଣର ବିକାଶ ପାଇଁ ଏହା ଉତ୍ସାହିତ କରିଥାଏ ବୋଲି ଉପସ୍ଥିତ ରହିଥିବା ଅତିଥି ଅତି ବିଶ୍ବ ସେବା ପଦକ, ବିଶ୍ବ ସେବା ପଦକ, କମାଣ୍ଡାଣ୍ଟ ଆର୍ମି ଏୟାର ଡିଫେନ୍ସ କଲେଜ ଏବଂ ସିନିୟର କର୍ଣ୍ଣେଲ କମାଣ୍ଡାଣ୍ଟ, ଆର୍ମି ଏୟାର ଡିଫେନ୍ସ କର୍ପସ ଲେଫ୍ଟନାଣ୍ଟ ଜେନେରାଲ୍ ୟୁ ଭି ତାଲୁର ମତପୋଷଣ କରିବା ସହ ଯୋଗ ଦ୍ବାରା ହେଉଥିବା ଲାଭକୁ ଲୋକଙ୍କ ମଧ୍ୟରେ ବିସ୍ତାର କରିବା ଏବଂ ନିୟମିତ ଭାବରେ ଯୋଗ କରିବାର ଅଭ୍ୟାସ ଗ୍ରହଣ କରିବାକୁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।
Comments are closed.