www.samajalive.in
Monday, December 15, 2025
16.1 C
Bhubaneswar

ଆସନ୍ତାକାଲି ସ୍ନାନପୂର୍ଣ୍ଣିମା: ୧୦୮ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ

ପୁରୀ: ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡି ସ୍ନାନବେଦୀକୁ ଓହ୍ଲାଇ ଆସିବେ ମହାବାହୁ। ୧୦୮ ଗରା ସୁବାସିତ ଜଳରେ ଦିବ୍ୟ ସ୍ନାନ କରିବେ ଚତୁର୍ଦ୍ଧାମୂରତି। ଏହାପରେ ଭକ୍ତଙ୍କୁ ହାତୀ ବେଶରେ ଦର୍ଶନ ଦେବେ। ପୁରୀରେ କାଲି ଶୃଙ୍ଖଳିତ ନୀତି ଓ ଦର୍ଶନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି। ମଙ୍ଗଳାର୍ପଣ ଭୋର ୩ଟା ୩୦ ମିନିଟ ପରେ ଭୋର ୪ଟାରୁ ୬ଟା ମଧ୍ୟରେ ପୁଷ୍ପାଞ୍ଜଳି ଓ ପହଣ୍ଡି ଆରମ୍ଭ ହେବ। ସ୍ନାନବେଦୀରେ ମଙ୍ଗଳ ଆଳତି ୮ଟା ୧୦ରେ ହେବା ପରେ ଅବକାଶ ନୀତି ସକାଳ ୯ଟା ୨୦ରେ ଅନୁଷ୍ଠିତ ହେବ। ଏହାପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ୯ଟା ୫୫ରୁ ୧୦ଟା ୧୦ ପର୍ଯ୍ୟନ୍ତ ହେବ। ଜଳବିଜେ ଓ ସ୍ନାନ ୧୧ଟା ୨୦ରୁ ୧୨ଟା ୪୫ ଯାଏଁ ହେବ। ମହାପ୍ରଭୁଙ୍କ ଛେରାପହଁରା ଅପରାହ୍ନ ୨ଟାରେ ଅନୁଷ୍ଠିତ ହେବା ପରେ ହାତୀବେଶ ୨ଟା ୪୦ରେ, ସାହାଣମେଲା ଦର୍ଶନ ସନ୍ଧ୍ୟା ୬ଟା ୩୦ରୁ ରାତି ୯ଟା ୩୦ ବାହୁଡା, ପହଣ୍ଡି ରାତି ୧୦ଟା ୩୦ରୁ ୧ଟା ପର୍ଯ୍ୟନ୍ତ ହେବ। ଦେବସ୍ନାନ ପାଇଁ ୭୦ପ୍ଲାଟୁନ ଫୋର୍ସ ମୁତୟନ ହେବେ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories