www.samajalive.in
Sunday, December 7, 2025
23.1 C
Bhubaneswar

ପୁଣି ଭୁଷୁଡିଲା ମାଲକାନଗିରି ବିମାନ ବନ୍ଦର ପାଚେରୀ

ମାଲକାନଗିରି: ପୁଣି ଭୁଷୁଡି ପଡିଲା ମାଲକାନଗିରି ଭଡାଜାହାଜ ପଡିଆ ପାଚେରୀ। ଗତକାଲି ରାତିରେ ମାଲକାନଗିରି ଜିଲ୍ଲାରେ ବର୍ଷା ହୋଇଥିବା ବେଳେ ପାଣି ସୁଅରେ ନିର୍ମାଣଧୀନ ବିମାନ ବନ୍ଦର ପାଚେରୀର ପଶ୍ଚିମ ପାର୍ଶ୍ୱରେ ପ୍ରାୟ ୩୦ ମିଟର ଲମ୍ବା ଭୁଷୁଡି ପଡିଛି। ଏଥିରେ କୌଣସି ମୃତାହତ ହୋଇ ନାହାନ୍ତି। ବର୍ତ୍ତମାନ ସୁଦ୍ଧା ଏହା ୩ ଥର ଭୁଶୁଡି ପଡିଛି। ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବା ପୁର୍ବରୁ ବାରମ୍ବାର ପାଚେରୀ ଭୁଷୁଡିବା ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି। ଏହି ଉଡାଜାହାଜ ପଡିଆ ୭୦ କୋଟି ବ୍ୟୟରେ ନିର୍ମାଣ କରାଯାଇଛି। ଯେଉଥିରେ ୬୬୦୦ ମିଟର ପାଚେରି ନିର୍ମାଣ ହୋଇ ଥିବା ବେଳେ ୧୬୦୦ ମିଟର ରନ ୱେ, ଟିକେଟ କାଉଣ୍ଟର, ଅନ୍ୟାନ୍ୟ ଘର ସାଙ୍ଗକୁ ମାଟି ସମତଳ କାର୍ଯ୍ୟ କରାଯାଇଛି। ତାର ତାରିଣୀ କନଷ୍ଟ୍ରକ୍ସନ ପ୍ରାଇଭେଟ ଲିମିଟେଡ ଏହି ନିର୍ମାଣ କାର୍ଯ୍ୟ କରୁଛନ୍ତି। ନିର୍ବାଚନକୁ ଆଖି ଆଗରେ ରଖି ଅତି ତରବରିଆ ଭାବରେ ଏହି କାର୍ଯ୍ୟ କରାଯାଇଛି। ଏହା ଅତି ନିମ୍ନ ମ।ନର କାର୍ଯ୍ୟ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଗୋଟିଏ ବର୍ଷ ମଧ୍ୟରେ ୩ ଥର ପାଚେରି ଭାଙ୍ଗିଛି। ବିଗତ ବର୍ଷ ଏହି ସମୟରେ ପାଚେରି ନିର୍ମାଣଧୀନ ଅବସ୍ଥାରେ ଭାଙ୍ଗି ପଡିଥିଲା। ସେଥିରେ ୨ ଜଣ ଶ୍ରମିକ ମୃତ୍ୟୁ ବରଣ କରିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିଲେ। ସେହି ଘଟଣା ପର ଠାରୁ କିଛି ଦିନ ପାଚେରି ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା। ପାଚେରି ନିର୍ମାଣ ଡିଜାଇନରେ ଭୁଲ ଥିବା ଜଣାପଡିଥିଲା। କାରଣ ପାଚେରି ମୁଳୁଦୁଆ ମଜବୁତ ନ ଥିବାବେଳେ ପାଚେରି କାନ୍ଥ ମଧ୍ୟରେ କୌଣସି କଲମ ଦିଆଯାଇ ନାହିଁ। ଫଳରେ ବର୍ଷାପାଣି ଓ ପବନରେ ଏହି କାନ୍ଥ ଭୁଶୁଡି ପଡୁଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗର କୌଣସି ପ୍ରତି କ୍ରିୟା ମିଳିପାରିନାହିଁ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories