www.samajalive.in
Saturday, December 6, 2025
19.1 C
Bhubaneswar

ନାବାଳକର ନାରକୀୟ କାଣ୍ଡ: କାଲି ମାଆ, ଝିଅ ଓ ଆଜି ଆଈର ମୃତଦେହ ଉଦ୍ଧାର

ଭଦ୍ରକ: ଡବଲ୍ ନୁହେଁ, ଟ୍ରିପଲ୍ ମର୍ଡର। ନାବାଳକର ନାରକୀୟ କାଣ୍ଡ। କାଲି ଉଦ୍ଧାର ହୋଇଥିଲା ମାଆ ଓ ଝିଅଙ୍କ ମୃତଦେହ। ଆଜି ଘଟଣାସ୍ଥଳ ନିକଟରୁ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଇମଣି ଥାନା ଅଞ୍ଚଳରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ। ବୁଧବାର ଗାଁ ନିକଟ ବିଲରୁ ଜଣେ ମହିଳା ଏବଂ ତାଙ୍କ ଝିଅର କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା। ହତ୍ୟା ଅଭିଯୋଗରେ ଜଣେ ନାବାଳକକୁ ପୁଲିସ୍ ଅଟକ ରଖିଛି। ଆଜି ସେହି ସ୍ଥାନ ନିକଟରୁ ଉଦ୍ଧାର ହୋଇଛି ନାବାଳକର ଆଈର ମୃତଦେହ। ସମାନ ଭାବେ ବେକକୁ ଶାଢ଼ୀ ରେ ଘୋଡାଇ ହତ୍ୟା କରାଯାଇଛି । ସୂଚନା ମୂତାବକ  ଜଳଙ୍ଗା ଅଞ୍ଚଳ ର ସୁକାନ୍ତି ମୁଣ୍ଡା , ସ୍ୱାମୀ ରାଜୁ ମୁଣ୍ଡା ଓ ୬ ବର୍ଷୀୟ ଝିଅ ରାଇମଣି ନିକଟରେ ରହି ଦିନ ମଜୁରିଆ କାମ କରୁଥିଲେ । ବୁଧବାର ସକାଳୁ ମା ଓ ଝିଅ ମେଡିକାଲ ଯାଇଥିଲେ । ପରେ ସ୍ଥାନୀୟ ଲୋକେ ମା ସୁକାନ୍ତି ମୁଣ୍ଡା ର ମୃତଦେହ ଦେଖିଥିଲେ । ସେହି ସ୍ଥାନରୁ ନାବାଳକ କୁ ଦେଖି ସନ୍ଦେହ ହେବାରୁ ଲୋକେ ପୁଲିସ୍ କୁ ଖବର ଦେଇଥିଲେ । ତେବେ କିଛି ସମୟ ପରେ ମୃତ ମହିଳା ଙ୍କ ୬ ବର୍ଷୀୟ ଝିଅ ର ମୃତଦେହ ଘଟଣାସ୍ଥଳ ରୁ ଏକ କିଲୋମିଟର ଦୂର ରେ ଥିବା ଏକ ପୋଲ ତଳୁ ରକ୍ତାକ୍ତ ଅବସ୍ଥା ରେ ମିଳିଥିଲା । ତେବେ ସ୍ଥାନୀୟ ଲୋକେ ନାବାଳକ କୁ ଗୋଡେଇ ଗୋଡ଼ାଇ ଧରି ପୁଲିସ କୁ ଦେଇଥିଲେ । ତେବେ ମୃତକ ଙ୍କ ସ୍ୱାମୀ ଙ୍କ ଅଭିଯୋଗ ଅନୁଯାୟୀ ନାବାଳକ ଜଣକ ମହିଳା ଙ୍କୁ ଦୁଷ୍କର୍ମ କରିଥିବ। ଏବଂ  ଝିଅ ଦେଖିଦେବାରୁ ଝିଅ କୁ ପଥର ରେ ଚେଛି ହତ୍ୟା କରିଛି। ସେପଟେ ଆଜି ସକାଳୁ  ହତ୍ୟାକାଣ୍ଡ ସ୍ଥଳ ରୁ କିଛି ଦୂରରେ ଥିବା ଏକ ବୁଦା ମୂଳରୁ ଦୁର୍ଗନ୍ଧ ଆସୁଥିବା ଜାଣି ଲୋକେ ସେଠାକୁ ଯିବାରୁ ସେଠାରୁ ପୁଣି ଏକ ମୃତଦେହ ପଡିଥିବା ଦେଖିଥିଲେ । ମୃତକ ଅଭିଯୁକ୍ତ ନାବାଳକ ଙ୍କ ଆଈ ସୁମତି ମୁଣ୍ଡା ଙ୍କର ବୋଲି ଜଣାପଡିଛି । ମୃତ ସୁମତି ଙ୍କ ବେକ କୁ ଶାଢ଼ୀ ରେ ଗୁଡାଇ ହତ୍ୟା କରାଯାଇଥିବା ବେଳେ ଶରୀରରେ କ୍ଷତ ଦାଗ ରହିଛି । ଘଟଣାସ୍ଥଳରେ ବ୍ୟାଗ ମଧ୍ୟ ପଡିଥିବା ଦେଖିବାକୁ ମିଳିଛି।  ସ୍ଥାନୀୟ ଲୋକ ଙ୍କ କହିବା ଅନୁଯାୟୀ ନାବାଳକ ଙ୍କ ସହ ଆଈ ଙ୍କୁ ଲୋକେ ଦୁଇ ଦିନ ପୂର୍ବରୁ ଦେଖିଥିଲେ । ତେଣୁ ଦୁଇ ଦିନ ତଳୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଟ୍ରିପଲ୍ ମର୍ଡର ଅଭିଯୋଗରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ନାବାଳକକୁ ପଚରାଉଚରା ଜାରି ରଖିଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories