www.samajalive.in
Friday, December 5, 2025
17.1 C
Bhubaneswar

ଦେଖନ୍ତୁ, କିପରି ଦିଶୁଛି ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ… ପ୍ରଧାନମନ୍ତ୍ରୀ କଲେ ଉଦଘାଟନ

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ବିହାରର ରାଜଗିରଠାରେ ନିର୍ମିତ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପୁରୁଣା ବିଶ୍ୱବିଦ୍ୟାଳୟକୁ ବି ବୁଲି ଦେଖିଥିଲେ। ୧୭୪୯ କୋଟି ଟଙ୍କା ବିନିମୟରେ ଏହି ନୂତନ କ୍ୟାମ୍ପସ ନିର୍ମାଣ କରାଯାଇଛି। ଏଥିରେ ୨ଟି ଏକାଡେମିକ ବ୍ଲକ ରହିଛି, ଯେଉଁଥିରେ ମୋଟ ୪୦ ଶ୍ରେଣୀଗୃହ କରାଯାଇଛି। ୧୯୦୦ ଛାତ୍ରଛାତ୍ରୀ ଶ୍ରେଣୀଗୃହଗୁଡ଼ିକରେ ବସି ଅଧ୍ୟୟନ କରିପାରିବେ। ଏହା ସହିତ ନୂତନ କ୍ୟାମ୍ପସରେ ୩୦୦ ଆସନ ବିଶିଷ୍ଟ ୨ଟି ଅଡିଟୋରିୟମ, ୫୫୦ ଛାତ୍ରଛାତ୍ରୀ ରହିଲା ଭଳି ହଷ୍ଟେଲ, ସ୍ପୋର୍ଟ୍ସ କମ୍ପେ୍ଲକ୍ସ ରହିଛି। ନୂଆ କ୍ୟାମ୍ପସର ବିଭିନ୍ନ ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି।

- Advertisement -

୫ମ ଶତାବ୍ଦୀରେ ପ୍ରତିଷ୍ଠା ହୋଇଥିବା ଏହି ବିଶ୍ୱବିଦ୍ୟାଳୟ ବହୁ ବୁଦ୍ଧିଜୀବୀଙ୍କୁ ଜନ୍ମ ଦେଇଛି। ଦ୍ୱାଦଶ ଶତାବ୍ଦୀରେ ବିଶ୍ୱବିଦ୍ୟାଳୟ ଉପରେ ଆକ୍ରମଣ ହୋଇଥିଲା, ଯାହାଫଳରେ ଏହାର ଅସ୍ତିତ୍ୱ ବିପଦରେ ସୃଷ୍ଟି ହୋଇଥିଲା। ୨୦୧୬ରେ ଏହାକୁ ଜାତିସଂଘ ଐତିହ୍ୟ ସ୍ଥଳ ତାଲିକାରେ ସ୍ଥାନିତ କରାଯାଇଥିଲା। ଏହାର ରକ୍ଷଣାବେକ୍ଷଣ ପାଇଁ ସରକାର ଉଦ୍ୟମ କରିବା ସାଙ୍ଗକୁ ଏହା ନିକଟରେ ନୂତନ କ୍ୟାମ୍ପସ ନିର୍ମାଣ କରାଯାଇଛି।

ନୂଆ କ୍ୟାମ୍ପସର ବିଶେଷତ୍ୱ ହେଲା ଏଥିରେ ଅନେକଗୁଡ଼ିଏ ପରିବେଶ ଅନୁକୂଳ ଅତ୍ୟାଧୁନିକ ସୁବିଧା ରହିଛି। ୧୦୦ ଏକର ପରିମିତ ଜାଗାରେ ଜଳାଶୟ ନିର୍ମାଣ ହୋଇଛି। ଆଲୋକୀକରଣ ବ୍ୟବସ୍ଥା ପାଇଁ ସୌରଶକ୍ତି ଉତ୍ପାଦନ ବ୍ୟବସ୍ଥା ହୋଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories