www.samajalive.in
Wednesday, December 10, 2025
15.1 C
Bhubaneswar

ଅଭିଯୋଗ ପରେ ଫେରିଗଲା ୮ଟି ସାର ଗାଡି

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ସାର ବଣ୍ଟନ ଦୁର୍ନୀତି ଅଭିଯୋଗରେ ଲ୍ୟାମ୍ପ ଓ ନିଗମ ମଧ୍ୟରେ ତାଳମେଳ ରହୁନି। ଘଟଣା ପ୍ରକାଶ ପାଇବା ପରେ ଆଜି ଜିଲାସ୍ତରୀୟ ଅଧିକାରୀ ମାନେ ଆସି ତଦନ୍ତ କରିଥିବା ଜଣାପଡ଼ିଛି। ଜିଲ୍ଲାସ୍ତରୀୟ କୋ- ଅପରେଟିଭ ସୋସାଇଟି ରେଜିଷ୍ଟ୍ରାର ଆସିଷ୍ଟାଣ୍ଡ ଜନ୍ମେଜୟ ମହାପାତ୍ର ଓ କୋ-ଅପରେଟିଭ ସୋସାଇଟି ରେଜିଷ୍ଟ୍ରାର ସବ ଆସିଷ୍ଟାଣ୍ଡ ଭବାନୀ ଶଙ୍କର ଦାସ ଆସିବା ପରେ ଅଭିଯୋଗକାରୀ ମାନେ ଆସି କେଉଁ କାରଣରୁ ଲ୍ୟାମ୍ପକୁ ୧୫ଟି ଟ୍ରକରେ ସାର ଆସିଥିଲା। ସେଥିରୁ ୬ଟି ଟ୍ରକ ବଜାରରେ ଥିବା ବ୍ୟବସାୟୀଙ୍କୁ ପଠାଇ ଥିବା ବେଳେ ଲ୍ୟାମ୍ପରେ ଗୋଟିଏ ଗାଡିର ସାର ଓହ୍ଲାଇଥିଲା। ବଳକା ୮ଟି ଟ୍ରକ ସାର ଲ୍ୟାମ୍ପ ସମ୍ମୁଖରେ ଆଜକୁ ତିନିଦିନ ଧରି ରହିଛି। ଏହାର ସଠିକ ତଦନ୍ତ କରିବା ସହ ବଜାରରେ ଦେଇଥିବା ବ୍ୟବସାୟୀଙ୍କ ଠାରୁ ସାର ଅଣାଯାଉ ବୋଲି ଅଡି ବସିଥିଲେ। ଏହା ପରେ ଲ୍ୟାମ୍ପ ଅଧିକାରୀ ସହ ଆଲୋଚନା କରି ଉକ୍ତ ଗାଡି ଗୁଡିକ ଜିଲା ନିଗମକୁ ଫେରାଇ ନେଇଥିବା ଜଣାପଡିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories