www.samajalive.in
Monday, December 8, 2025
14.1 C
Bhubaneswar

ଅତାବିରାରେ ୬୩ ଲୋକଙ୍କ ଅଭିଯୋଗ ଶୁଣିଲେ ଜିଲାପାଳ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ସଭାକକ୍ଷରେ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକଙ୍କ ସଭାପତିତ୍ବରେ ମଙ୍ଗଳବାର ଜିଲାପାଳଙ୍କ ଜଣ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲ ମୁଖ ଅତିଥି ରୂପେ ଭାବେ ଯୋଗ ଦେଇଥିବାବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂର୍ଯ୍ୟ କୁମାର ନାୟକ, ତହସିଲଦାର ବ୍ରଜକିଶୋର ସାହୁ, ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ, ଜିଲା ଆରକ୍ଷୀ ଅଧିକାରୀ ପ୍ରହଲ୍ଲାଦ ସାହି ମିନାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗିରିନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିଲେ ।

ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ବ୍ଲକର ୨୪ଟି ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ନେଇ ୬୩ ଜଣ ଅଭିଯୋଗକାରୀ ଅଭିଯୋଗ ନେଇ ଆସିଥିଲେ । ସେଥି ମଧ୍ୟରୁ ଗ୍ରାମ୍ୟ ଉନ୍ନୟନ ବିକାଶ ପାଇଁ ୨ ଜଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୨୧ ଜଣ, ସ୍ୱାସ୍ଥ୍ୟ ସମ୍ବନ୍ଧରେ ଜଣେ, ଭତ୍ତା ପାଇଁ ୩ ଜଣ, ରାସନ୍ କାର୍ଡ ପାଇଁ ଜଣେ, ବିଦ୍ୟୁତିକରଣ ପାଇଁ ୨ ଜଣ, ରାଜସ୍ୱ ବିଭାଗ ତଥା ଜମି ସମ୍ବନ୍ଧରେ ୯ ଜଣ, ଆର୍ଥିକ ସହାୟତା ପାଇଁ୧୫ ଜଣ ଓ ଅନ୍ୟାନ୍ୟ ସମସ୍ୟା ପାଇଁ ୯ ଜଣ ମୋଟ ୬୩ ଜଣ ଅଭିଯୋଗକାରୀ ଅଭିଯୋଗ କରିଥିଲେ । ଅପରପକ୍ଷେ ଅତାବିରାରେ ଶିକ୍ଷା ଅବସ୍ଥା ଅତି ଶୋଚନୀୟ ଥିବା ନେଇ କେତେଜଣ ବ୍ୟକ୍ତି ଜିଲାପାଳଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ବିଦ୍ୟାଳୟମାନଙ୍କରେ ଶିକ୍ଷକ ପଦବୀ ପୂରଣ, ବିଦ୍ୟାଳୟ ମରାମତି ଓ ଆବଶ୍ୟକ ସ୍ଥଳେ ନୂତନ କୋଠରୀ ନିର୍ମାଣ ଆଦି ଉପରେ ବିଶେଷ ଧ୍ୟାନ ଦେବାପାଇଁ ଜିଲାପାଳଙ୍କୁ ଜଣାଇଥିଲେ । ଅଭିଯୋଗକାରୀଙ୍କ ଅଭିଯୋଗ ବୁଝିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ କାରଣରୁ ଜିଲାପାଳ, ଅତିରିକ୍ତ ଜିଲାପାଳଙ୍କୁ ଅଭିଯୋଗକାରୀଙ୍କ ସମସ୍ୟା ବୁଝିବା ପାଇଁ ଦାୟିତ୍ଵ ହସ୍ତାନ୍ତର କରି ଚାଲିଯାଇଥିଲେ । ଅତିରିକ୍ତ ଜିଲାପାଳ ଏହାପରେ ଅଭିଯୋଗ ଶୁଣିବା ସହ ଆବଶ୍ୟକ ସ୍ଥଳେ ପଦକ୍ଷେପ ଗ୍ରହଣ ପୂର୍ବକ ଗୋଡଭଗା ପଞ୍ଚାୟତର ଦୁଇ ଜଣ ଦିବ୍ୟାଙ୍ଗ ବିଭୁଦତ୍ତ ମଲ୍ଲିକ ଓ ଗିରିଶ ଘିଭେଲାଙ୍କୁ ହ୍ବିଲ୍‌ ଚେୟାର ପ୍ରଦାନ କରିଥିଲେ । ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ଅନନ୍ତ ମେହେର, ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଜିଲା ପରିଷଦ ସଭ୍ୟ ତଥା ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories