www.samajalive.in
Saturday, December 6, 2025
14.1 C
Bhubaneswar

୫ ବର୍ଷ ପରେ ଜଳିଲା ଷ୍ଟ୍ରିଟ୍ ଲାଇଟ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦରରେ ୫ ବର୍ଷ ପରେ ପୁଣି ଜଳିଲା ଷ୍ଟ୍ରିଟ୍ ଲାଇଟ । ଏହାକୁ ସ୍ଥାନୀୟ ସରପଞ୍ଚ ଗୌତମ ବାର୍ଲିଙ୍କ ନେତୃତ୍ବରେ ଶୁଭାରମ୍ଭ କରାଯାଇଛି । ସେହି ସମୟରେ ବ୍ଲକ କଂଗ୍ରେସ ସଭାପତି ସି ହେଚ ନାଗେଶ ରାଓ, ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, ବରିଷ୍ଠ ନେତା ଗୁଡୁଲ୍ଲା ପ୍ରସାଦ ରାଓଙ୍କ ଉପସ୍ଥିତିରେ ଷ୍ଟ୍ରିଟ ଲାଇଟ୍ ଜଳାଯାଇଛି । ସଦରରେ ମାତ୍ର ୧୦ରୁ ୧୨ଟି ଷ୍ଟ୍ରିଟ୍ ଲାଇଟ ଜଳାଇ ଶୁଭାରମ୍ଭ କରିଛନ୍ତି । ମାତ୍ର ଆଉ କିଛି ଦିନ ମଧ୍ୟରେ ସବୁ ସାହି ଗଳିରେ ଲାଇଟ ଲଗାଯିବ । ଏ ବିଷୟରେ ନୂତନ ବିଧାୟକ ନୀଳମାଧଵ ହିକକାଙ୍କ ସହିତ କଥା ହୋଇଥିବା ସରପଞ୍ଚ ଶ୍ରୀ ବାର୍ଲି କହିଛନ୍ତି ।

ପ୍ରକାଶ ଥାଉ କି, କଲ୍ୟାଣସିଂହପୁର ବ୍ଲକରେ ୨୦୧୭ ମସିହାରେ ବାଦଲଫଟା ବର୍ଷାରେ ବନ୍ୟା ପରିସ୍ଥିତି ଉପୁଜିବା ପରେ ଜିଲା ପ୍ରଶାସନ ପକ୍ଷରୁ ଷ୍ଟ୍ରିଟ୍ ଲାଇଟ ବ୍ୟବସ୍ଥା କରାଯାଇଥିଲା । ତାହା ଦୁଇ ବର୍ଷ ଜଳିବା ପରେ ବିଦ୍ୟୁତ ବିଲ୍ ବକେୟା ରହିଥିବା କହି ବିଦ୍ୟୁତ ବିଚ୍ଛିନ୍ନ କରି ଦେଇଥିଲେ । ପ୍ରତ୍ୟେକ ଖମ୍ବରେ ଲାଗିଥିବା ଲାଇଟଗୁଡିକ ବାହାର କରି ନେଇଥିଲେ । ଏହାପରେ ରାଜ୍ୟ ରାଜପଥ ରାସ୍ତା ନିର୍ମାଣ କରାଯିବା ପରେ ପୁରୁଣା ବିଦ୍ୟୁତ ଖମ୍ବ ବାହାର କରି ନୂତନ ଭାବେ ବିଦ୍ୟୁତ ଖମ୍ବ ପୋତାଯାଇ ଲାଇଟ ଲଗାଇଥିଲେ । କିନ୍ତୁ ତାହା ବିଦ୍ୟୁତ ଶକ୍ତି ସଂଯୋଗ କରି ନ ଥିଲେ । ଉକ୍ତ ରାସ୍ତାରେ ଗାଈଗୋରୁ ଶୋଇ ରହୁଥିଲେ । ଅନ୍ଧାର ହୋଇଥିବାରୁ ଲୋକେ ଚାଲି ଯାଇ ଝୁଣ୍ଟି ଆହତ ହେଉଥିବା ବେଳେ ଦ୍ରୁତଗତିରେ ବାଇକ୍ ଚାଳକ ଯାଇ ଗାଈଗୋରୁକୁ ଧକ୍କା ଦେଇ ଆହତ ହେଉଥିବା, ଛାତ୍ରଛାତ୍ରୀମାନେ ଅନ୍ଧାରରେ ଟିଉସନ୍‌ ଯାଇ ଆସିବାରେ ଅସୁବିଧା ହେଉଥିବା ନେଇ ଖବର କାଗଜରେ ପ୍ରକାଶ ପାଇବା ପରେ ବ୍ଲକ ପ୍ରଶାସନ ଓ ପଞ୍ଚାୟତର ମିଳିତ ଆଲୋଚନା କରିବା ପରେ ଗ୍ରାମରେ ଷ୍ଟ୍ରିଟ୍ ଲାଇଟ ଲଗାଯାଇଥିବା ଦେଖିବାକୁ ମିଳିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories