ବୋଲଗଡ: ବୋଲଗଡ ଥାନା କଳାଙ୍ଗ ପୋଡାସାହିର ଜଣେ ଚାଷୀଙ୍କ ମୃତଦେହ କଳାଙ୍ଗ ଗହିର ଜମିରୁ ଉଦ୍ଧାର ହୋଇଛି। ସୂଚନା ଅନୁସାରେ ମୃତ ଚାଷୀ ମାଗୁଣୀ ବେହେରା (୬୫) ନିଜ ଚାଷ ଜମିକୁ ସକାଳ ସମୟରେ ଧାନ ବୁଣିବାକୁ ଯାଇଥିଲେ। ଦିନ ୧୨ ପରେ ନଫେରିବାରୁ ପରିବାର ଲୋକ ବ୍ୟସ୍ତ ହେଉଥିବା ସମୟରେ ସେ ଗ୍ରାମର ଜଣେ ଗାଈ ଜଗୁଆଳ ମାଗୁଣୀ ଜମିରେ ପଡ଼ିଥିବା ଗାଁ ଲୋକଙ୍କୁ ଖବର ଦେବା ପରେ ଜମିରୁ ମୃତଦେହ ଉଦ୍ଧାର ହୋଇଛି। ଏହା ଅଂଶୁଘାତ ମୃତ୍ୟୁ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଖବର ଲେଖା ହେବା ଯାଏଁ ପୁଲିସରେ କୌଣସି ଅଭିଯୋଗ ହୋଇନାହିଁ। ପ୍ରକାଶ ଥାଉ କି ମାଗୁଣୀଙ୍କର ଏକ ମାତ୍ର ପୁତ୍ର ଗତ ବର୍ଷ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଫଳରେ ପରିବାର ସମସ୍ତ ଦାୟିତ୍ଵ ମାଗୁଣୀଙ୍କ ମୁଣ୍ଡ ଉପରେ ଥିଲା। ଖବର ପାଇ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଥମେ ବାପା, ମାଆ ତା’ପରେ ପୁଅ, ଓଦା ଲୁଗା ଶୁଖାଇ ଏକା ସହ ଚାଲିଗଲା ୩ ଜୀବନ..



