www.samajalive.in
Sunday, December 7, 2025
23.1 C
Bhubaneswar

ଆସାମ ସରକାରଙ୍କ ନିଷ୍ପତ୍ତି; ଜୁଲାଇ ୧ରୁ ବିଦ୍ୟୁତ ବିଲ୍‌ ପୈଠ କରିବେ ସରକାରୀ କର୍ମଚାରୀ

ଗୁଆହାଟୀ : ରାଜ୍ୟରୁ ଭିଆଇପି ସଂସ୍କୃତି ହଟାଇବାକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ସୋମବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ତଦନୁଯାୟୀ ଜୁଲାଇ ୧ରୁ ରାଜ୍ୟର ସବୁ ମନ୍ତ୍ରୀ ଓ ସରକାରୀ କର୍ମଚାରୀ ସେମାନଙ୍କର ବିଦ୍ୟୁତ ବିଲ୍‌ ପୈଠ କରିବାକୁ ନିର୍ଦେଶ ଦିଆଯାଇଛି। ଏପରିକି ଖୋଦ୍‌ ମୁଖ୍ୟମନ୍ତ୍ରୀ ଏବଂ ପ୍ରମୁଖ ଶାସନ ସଚିବ ମଧ୍ୟ ଏହି ନିର୍ଦେଶନାମା ପାଳନ କରିବେ ବୋଲି ବିଶ୍ବଶର୍ମା ସ୍ପଷ୍ଟ କରିଛନ୍ତି। ଲୋକଙ୍କ ଟିକସ ଅର୍ଥରୁ ଏଣିକି ସରକାରୀ ଅଧିକାରୀ କିମ୍ବା ମନ୍ତ୍ରୀମାନଙ୍କ ବିଦ୍ୟୁତ୍‌ ବିଲ ପୈଠ କରିବା ବ୍ୟବସ୍ଥା ଗ୍ରହଣୀୟ ହେବ ନାହିଁ ବୋଲି ସେ କହିଛନ୍ତି। ଏଥିସହିତ ବିଜୁଳି ଶକ୍ତି ବଞ୍ଚାଇବାକୁ ମଧ୍ୟ ସରକାରୀସ୍ତରରେ ଉଦ୍ୟମ କରାଯାଇଛି। ରାତି ୮ଟା ପରେ କେବଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଗୃହ, ଅର୍ଥ ବିଭାଗକୁ ବାଦଦେଲେ ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟରେ ବିଦ୍ୟୁତ୍‌ ସରବରାହ ସ୍ବତଃପ୍ରବୃତ୍ତଭାବେ ବିଚ୍ଛିନ୍ନ କରାଯିବ।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories