www.samajalive.in
Saturday, December 6, 2025
17.1 C
Bhubaneswar

ରଥଯାତ୍ରା ପରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ପ୍ରାଥମିକତା : ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ପୁରୀ : ରଥଯାତ୍ରା ଶେଷ ପରେ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ସୋମବାର ପୁରୀ ଗସ୍ତରେ ଆସି ଛତିଶା ନିଯୋଗ ସହ ଆଲୋଚନା ପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହା କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ରଙ୍କ ସମେତ ପରିଚାଳନା କମିଟି ସଦସ୍ୟଙ୍କ ସହ ସେ ଆଲୋଚନା କରିଛନ୍ତି। ମନ୍ତ୍ରୀ କହିଲେ ଆଗାମୀ ରଥଯାତ୍ରା ଏବଂ ସ୍ନାନଯାତ୍ରାକୁ ଶୃଙ୍ଖଳିତ କରିବା ବିଷୟରେ ଦଇତାପତିଙ୍କ ସମେତ ଅନ୍ୟ ସେବକଙ୍କ ସହ ଆଲୋଚନା କରାଯାଇଛି। ମହାପ୍ରଭୁ ତାଙ୍କ ରଥଯାତ୍ରା ନିଜେ କରନ୍ତି। ଆମେମାନେ କେବଳ ସହଯୋଗୀ ଭାବେ କାର୍ଯ୍ୟ କରିବୁ। ୧୯ ତାରିଖ ଦିନ ପରିଚାଳନା କମିଟି ବୈଠକରେ ଏସବୁ ବିଷୟରେ ଆଲୋଚନା କରାଯିବ। ରଥଯାତ୍ରା ଶେଷ ପରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍ତି। ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା ପଡୁଥିବାରୁ ବରିଷ୍ଠ ଏବଂ ଅଭିଜ୍ଞ ସେବକଙ୍କ ସହ ଆଲୋଚନା କରି ମନ୍ଦିର ପ୍ରଶାସନ ପଦକ୍ଷେପ ଗ୍ରହଣ କରିବେ। ୧୯୭୧ରେ ଏଭଳି ତିଥି ପଡ଼ିଥିଲା। ଗୋଟିଏ ଦିନରେ ତିନୋଟି ତିଥି ପଡୁଥିବାରୁ ଠାକୁରଙ୍କ ନୀତିକାନ୍ତି ଯେପରି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ କରାଯିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଛତିଶା ନିଯୋଗ ବୈଠକରେ ସ୍ନାନଯାତ୍ରା ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଥିବା ମନ୍ତ୍ରୀ ହରିଚନ୍ଦନ କହିଛନ୍ତି। ଶ୍ରୀମନ୍ଦିରକୁ ଯାଇ ସେ ଦର୍ଶନ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories