www.samajalive.in
Tuesday, December 9, 2025
15.1 C
Bhubaneswar

ପ୍ରତିବାଦ ପରେ ପଞ୍ଚାୟତ ପକ୍ଷରୁ ଟାଙ୍କି ଯୋଗେ ଜଳ ଯୋଗାଣ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତ ବିଜୟନଗରରେ ପାନୀୟ ଜଳ ସମସ୍ୟା ପ୍ରତିବାଦରେ ଗାଁର ମହିଳାମାନେ ପମ୍ପ ହାଉସରେ ତାଲା ପକାଇବା ଘଟଣା ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇବା ପରେ ପଞ୍ଚାୟତ ତରଫରୁ ଟ୍ରାକ୍ଟର ଟାଙ୍କି ଓ ମେକ୍ସ ପିକପ ଭ୍ୟାନରେ ଦୁଇଟି ଟାଙ୍କି ଦ୍ୱାରା ଗ୍ରାମକୁ ପାଣି ଯୋଗାଇ ଦିଆଯାଉଛି । ଯେପର୍ଯ୍ୟନ୍ତ ଧରି ବୋରୱେଲ ମରାମତି ନ ହୋଇ ପାଣି ଯୋଗାଇ ଦିଆଯାଇ ନାହିଁ ସେପର୍ଯ୍ୟନ୍ତ ଟାଙ୍କି ଯୋଗେ ପାଣି ଯୋଗାଇ ଦିଆଯିବ ବୋଲି ସରପଞ୍ଚ କହିଛନ୍ତି ।

ପ୍ରକାଶ ଥାଉକି, ପ୍ରାୟ ୩ ମାସ ହେବ ବିଶୁଦ୍ଧ ପାନୀୟ ଜଳ ପାଇଁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହାକୁ ନେଇ ପଞ୍ଚାୟତ ଅଧିକାରୀଠାରୁ ସରପଞ୍ଚ ବ୍ଲକ ପର୍ଯ୍ୟନ୍ତ ସମସ୍ତଙ୍କୁ ଲିଖିତ ଭାବେ ଜଣାଇବା ସହ ବାରମ୍ବାର ଗୁହାରି କରି ଆସୁଥିଲେ ମଧ୍ୟ କେହି ହେଲେ କର୍ଣ୍ଣପାତ କରୁ ନ ଥିଲେ । ଗତକାଲି ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ବିଜୟନଗର ପମ୍ପ ହାଉସରେ ତାଲା ପକାଇ ଦେଇଥିଲେ । ନୂତନ ବୋରୱେଲ ଖନନ କରି ସେଥିରେ ନୂତନ ପାଇପ ଲାଇନ ସଂଯୋଗ କରି ପାଣି ଯୋଗାଇଦେବା ପାଇଁ ଦାବି କରିଥିଲେ । ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ପଛାଇବୁ ନାହିଁ ବୋଲି ଗ୍ରାମର ମହିଳା ଓ ପୁରୁଷମାନେ କହିଥିଲେ । ଏନେଇ ବିଭିନ୍ନ ଖବର କାଗଜରେ ଖବର ପ୍ରକାଶ ପାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories