www.samajalive.in
Sunday, December 14, 2025
23.1 C
Bhubaneswar

ଚୋରା କାଠଗଣ୍ଡି ସହ ସାମଗ୍ରୀ ଜବତ

ଟିଟଲାଗଡ: ଟିଟଲାଗଡ ବନାଞ୍ଚଳ ପକ୍ଷରୁ ଆଜି ସହରର ୩ଟି ସ୍ଥାନରେ ଚଢାଉ କରାଯାଇଛି। ଫଳରେ ବ୍ୟାପକ ପରିମାଣରେ ଶାଗୁଆନ, ଶାଳ ତଥା ବିଭିନ୍ନ ଗଛର ଗଣ୍ଡି, ପଟା ସହ ବିଭିନ୍ନ କାଠରୁ ପ୍ରସ୍ତୁତ ସାମଗ୍ରୀ, କରତ ତଥା ଅନ୍ୟ କାଠ କଟା ମେସିନ, ଉପକରଣ ଆଦି ଜବତ କରାଯାଇଛି।  ବଲାଙ୍ଗୀର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରାଙ୍କ ପରାମର୍ଶ କ୍ରମେ ଟିଟିଲାଗଡ଼ ଏବଂ ସଇଁତଲା ରେଞ୍ଜ କାର୍ଯ୍ୟାଳୟର ଟିମ ମିଳିତ ଭାବେ ଚଢାଉ କରିଥିଲେ। ଏହି ଘଟଣାରେ କିଛି ଜଣଙ୍କୁ ଅଟକ ରଖାଯାଇ ପଚରା ଉଚରା କରାଯାଇଛି। ରେଞ୍ଜ ଅଧିକାରୀଙ୍କ ସମେତ ବନପାଳ ସୁରେନ୍ଦ୍ର ମହାରଣା, ବିପିନ ସାହୁ, ଅମରେଶ ବୁଡ଼େକ, ସୁଶିଲ ପୁଟା, ବନରକ୍ଷୀ ନମିତା ତାଣ୍ଡି, ତପସ୍ୱିନୀ ରଣା, ସୁଜିତ ମୁଣ୍ଡା, ପିତାମ୍ବର ମାଝୀ, ଜ୍ୟୋତିରଞ୍ଜନ ବଗର୍ତି ପ୍ରମୂଖ ଏହି ଚଢ଼ାଉରେ ସାମିଲ ଥିଲେ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories