www.samajalive.in
Saturday, December 6, 2025
14.1 C
Bhubaneswar

ମୋଦୀଙ୍କୁ ଭେଟିବା ପରେ କ’ଣ କହିଲେ କାନାଡ଼ା ପ୍ରଧାନମନ୍ତ୍ରୀ ?

ସମାଜ ଡିଜିଟାଲ ଡେସ୍କ: ଜି-୭ ଶିଖର ସମ୍ମିଳନୀ ଶେଷ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପରସ୍ପରଙ୍କୁ ଭେଟିଥିଲେ। କାନାଡ଼ାରେ ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ନିଜ୍ଜାର ହତ୍ୟା ଘଟଣା ପରଠାରୁ ଦୁଇଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିବାବେଳେ ମୋଦୀ ଏବଂ ଟ୍ରୁଡୋଙ୍କର ଏହା ପ୍ରଥମ ସାକ୍ଷାତ ଥିଲା। ତେବେ ଦୁଇଦେଶର ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ପରେ ଟ୍ରୁଡୋ କ’ଣ କହିଲେ ତାହା ଉପରେ ସମସ୍ତଙ୍କ ନଜର ରହିଥିଲା।

ବୈଠକ ପରେ ଟ୍ରୁଡୋ ଗଣମାଧ୍ୟମକୁ କହିଛନ୍ତି, ଆଗକୁ ଦୁଇ ଦେଶ ମିଳିତ ହୋଇ କାମ କରିବୁ। ନିଜ୍ଜାର ହତ୍ୟା ଏକ ଗୁରୁତ୍ୱପୂର୍ଣ୍ଣ, ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିଲେ ହେଁ ଆଗାମୀ ଦିନରେ ଆମେ ଏକତ୍ର କାମ କରିବାକୁ ପ୍ରତିଶ୍ରୁତିବଦ୍ଧ। ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି। ସେ ଦିଗରେ ଦୁଇଦେଶ ମିଳିତ ଭାବେ କାମ କରିବେ ବୋଲି ସେ କହିଥିଲେ। ସମ୍ମିଳନୀରେ ଟ୍ରୁଡୋଙ୍କ ସମେତ କାନାଡ଼ାର ବରିଷ୍ଠ ଅଧିକାରୀମାନେ ଭାରତ ସହିତ ସମ୍ପର୍କର ଗୁରୁତ୍ୱକୁ ମଧ୍ୟ ସ୍ୱୀକାର କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories