www.samajalive.in
Saturday, December 6, 2025
26.1 C
Bhubaneswar

ସଂସଦ ଭବନ ପରିସରରେ ନବନିର୍ମିତ ‘ପ୍ରେରଣା ସ୍ଥଳ’କୁ ଉଦଘାଟନ କରିବେ ଉପରାଷ୍ଟ୍ରପତି

ଡେସ୍କ: ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଆଜି ସଂସଦ ଭବନ ପରିସରରେ ନବନିର୍ମିତ ‘ପ୍ରେରଣା ସ୍ଥଳ’କୁ ଉଦଘାଟନ କରିବେ। ଲୋକସଭା ବାଚସ୍ପତି ଓମ୍ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଉଦଘାଟନୀ ଉତ୍ସବରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ଓ ଲୋକସଭାର ସମସ୍ତ ସଦସ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି।

ଜମ୍ମୁ-କଶ୍ମୀରରେ ସୁରକ୍ଷା ସ୍ଥିତି ଓ ଅମରନାଥ ଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ଅମିତ ଶାହ

- Advertisement -

ସଂସଦ ଭବନ ପରିସରରେ ଗୋଟିଏ ସ୍ଥାନରେ ମହାନ ନେତା ଓ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିକୁ ଦେଖିବା ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ବିଶିଷ୍ଟ ବ୍ୟକ୍ତି ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ପ୍ରେରଣା ସ୍ଥଳ ନିର୍ମାଣ କରାଯାଇଛି। ଏହି ମହାନ ବ୍ୟକ୍ତିତ୍ୱଙ୍କ ଜୀବନ କାହାଣୀ ଓ ବାର୍ତ୍ତାକୁ ନୂତନ ଜ୍ଞାନକୌଶଳ ଜରିଆରେ ପର୍ଯ୍ୟଟକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ‘ପ୍ରେରଣା ସ୍ଥଳ’ର ପ୍ରତିମୂର୍ତ୍ତି ଚାରିପଟେ ଲନ୍ ଓ ବଗିଚା କରାଯାଇଛି। ଏଠାରେ ବିଶିଷ୍ଟ ବ୍ୟକ୍ତି ଓ ପର୍ଯ୍ୟଟକମାନେ ସେମାନଙ୍କୁ ସହଜରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କ୍ୟୁଆର୍ କୋଡ୍ ଜରିଆରେ ସେମାନଙ୍କ ଜୀବନ ସମ୍ପର୍କରେ ଜାଣିପାରିବେ।

କେମିତି କଟିବ ଏ ସପ୍ତାହ – ଜାଣନ୍ତୁ ଆପଣଙ୍କ ଭାଗ୍ୟଫଳ

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories