www.samajalive.in
Friday, December 12, 2025
15.1 C
Bhubaneswar

ପୁଲିସ୍‌-ମାଓବାଦୀ ଗୁଳି ବିନିମୟ: ୮ ମାଓବାଦୀ ନିପାତ, ଯବାନ ସହିଦ

ମାଲକାନଗିରି : ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ଅବୁଝମାଡ଼ ନିକଟ ଜଙ୍ଗଲ​‌ରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ୮ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତିା ଗତ ୧୨ ତାରିଖରୁ ନାରାୟଣପୁର ଜିଲା ଅବୁଝମାଡ଼ ଅଞ୍ଚଳର କୁତୁଲ, ଫରସବେଡ଼ା, କୋଡତାମେଟା ଗ୍ରାମ ନିକଟ ଜଙ୍ଗଲରେ ଏସ୍‌‌ଟିଏଫ୍‌‌, ଡିଆର୍‌ଜି, ଆଇଟିବିପି ଯବାନମାନେ ମାଓ ବିରୋଧୀ ଅଭିଯାନ ଜାରି ରଖିଥିଲେ। ଏଥିରେ ନାରାୟଣପୁର କୋଣ୍ଡାଗଁାଓ, କାଙ୍କେର, ଦାନ୍ତେୱାଡା ଜିଲାର ଡିଆର୍‌ଜି, ସ୍ୱତନ୍ତ୍ର ସୁରକ୍ଷା ବଳ, ଆଇଟିବିପିର ଯବାନ ସାମିଲ ଥିଲୋ ଶନିବାର ସକାଳୁ ସୁରକ୍ଷା ବଳ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ​‌ସେହି ସମୟରେ ଆଠ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି। ଏଥିସହ ଦୁଇ ଯବାନ ଆହତ ହୋଇଥିବା ଜଣାପଡ଼ିଛିା ଆହତ ଯବାନମାନଙ୍କ ଚିକିତ୍ସା ଜାରି ରହିଛି। ସେହି ଅଞ୍ଚଳରୁ ଯବାନମାନେ ତଲାସୀ ଅଭିଯାନ ସାରି ଫେରିବା ପରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବ ବୋଲି ନାରାୟଣପୁର ଜିଲା ପୁଲିସ ସୂତ୍ରରୁ ଜଣାପଡ଼ିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories