www.samajalive.in
Monday, December 8, 2025
24.1 C
Bhubaneswar

ଗୋପାଳପୁର ପାନ୍ଥନିବାସରେ ରଜପର୍ବ ପାଳନ

ଗୋପାଳପୁର : ଗୋପାଳପୁର ପାନ୍ଥନିବାସରେ ତିନି ଦିନ ଧରି ରଜପର୍ବ ଉତ୍ସବ ପାଳନ କରାଯାଉଛି। ପରିଚାଳକ ବାପି ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ରଜ ଉତ୍ସବ ଅନୁଷ୍ଠିତ ହୋଇଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ରଜପର୍ବ ତିନି ଦିନ ପାଳନ ପାଇଁ ପାନ୍ଥନିବାସ ପରିସରରେ ସୁସଜ୍ଜିତ ଦୋଳି ପ୍ରସ୍ତୁତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଏନଏସି ଅଧକ୍ଷ ଏ.ଜାନକୀ ରାମ ଯୋଗ ଦେଇ ଉଦଘାଟନ କରିବା ସହ ପାନ୍ଥନିବାସ ପ୍ରତ୍ୟେକ ବର୍ଷ ଏଭଳି କାର୍ଯ୍ୟକ୍ରମ କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବାରୁ କର୍ତ୍ତୃପକ୍ଷଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ।

ସମ୍ମାନିତ ଅତିଥି ଭାବେ ଏନଏସି ଉପାଧ୍ୟକ୍ଷା ବି. ଉମା, ଜି. ମହୋନ, ସନତ କୁମାର ପଣ୍ଡାଙ୍କ ସମେତ ପାନ୍ଥନିବାସରେ ରହୁଥିବା ପର୍ଯ୍ୟଟକ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ କ୍ଷ ଏହି ଅବସରରେ ପାନ୍ଥନିବାସ ପକ୍ଷରୁ କାକରା, ମଣ୍ଡା, ପୋଡ଼ ପିଠା, ଦହିବରା ଆଦି ପିଠା ପ୍ରସ୍ତୁତ ହୋଇ ବଣ୍ଟନ ହୋଇଥିଲା । ପରେ ପର୍ୟ୍ୟଟକ ମାନେ ଦୋଳି ଖେଳିବାର ମଜା ନେଇଥିଲେ । ସେହିପରି ଗୋପାଳପୁର ସ୍ଥିତ ଜରା ନିବାସର ପରିଚାଳିକା ସାବିତ୍ରୀ ଦେବତାଙ୍କ ଅଧକ୍ଷତାରେ ରଜ ପର୍ବ ପାଳନ ହୋଇଥିଲା । ସକାଳୁ ଅନ୍ତେବାସୀମାନେ ମହା ଆଡମ୍ବରରେ ରଜପର୍ବ ପାଳନ କରି ପିଠାପଣା, ଲୁଡୁ ଓ ରଜ ପାନ ଏବଂ ଦୋଳିର ମଜା ନେଇଥିଲେ ।

- Advertisement -

 

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories