ପାରାଦୀପ: ନଦୀ ମୁହାଣ ଏବଂ ସମୁଦ୍ରରେ ମାଛଧରା ଉପରେ ଥିବା ୬୧ ଦିନର କଟକଣା ଶେଷ ହୋଇଛି। ଆଜିଠାରୁ ମାଛଧରା ଆରମ୍ଭ ହୋଇଛି। ସେଥିପାଇଁ ରାଜ୍ୟର ସାମୁଦ୍ରିକ ମତ୍ସ୍ୟଜୀବୀମାନେ ଆଜି ଗଭୀର ସମୁଦ୍ରକୁ ଯାତ୍ରା କରିଛନ୍ତି। ତେବେ ଚାନ୍ଦିପୁର ଡିଆରଡିଓ ପକ୍ଷରୁ କିଛି ପରୀକ୍ଷା ନୀରିକ୍ଷା ଥିବାରୁ ଆଜି ଅପରାହ୍ନ ୪ଟା ପର୍ଯ୍ୟନ୍ତ ସମୁଦ୍ରର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ମତ୍ସ୍ୟଜୀବୀଙ୍କ ଗତିବିଧି ଉପରେ କଟକଣା ରହିଥିବା ସୂଚନା ମିଳିଛି। ଏ ନେଇ ଦୁଇ ତିନି ଦିନ ଧରି କୋଷ୍ଟ ଗାର୍ଡ ଏବଂ ମତ୍ସ୍ୟ ବିଭାଗ ପକ୍ଷରୁ ପାରାଦୀପର ବିଭିନ୍ନ ବସ୍ତିରେ ମତ୍ସ୍ୟଜୀବୀଙ୍କୁ ସଚେତନ କରାଯାଇଛି। ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ଯାଏଁ ମାଛ ନଧରିବାକୁ ସରକାର କଟକଣା ଲଗାଇଥିଲେ। ପ୍ରଜନନ ଋତୁରେ ମାଛ ବଂଶ ବୃଦ୍ଧି ଉଦ୍ଦେଶ୍ୟରେ ଏହି କଟକଣା ଲାଗୁ କରାଯାଇଥିଲା।
Popular Categories



