ଖୋର୍ଦ୍ଧା: ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଲା ବସ୍ , ୪ ଆହତ। ଖୋର୍ଦ୍ଧା ବେଗୁନିଆ-ବାଘମାରୀ ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ୪ ଆହତଙ୍କ ମଧ୍ୟରୁ ଡ୍ରାଇଭର ଗୁରୁତର ରହିଛନ୍ତି। ତାଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ବସ୍ ଟି ଯାତ୍ରୀ ମାନଙ୍କୁ ନେଇ ଫୁଲବାଣୀରୁ ଭୁବନେଶ୍ଵର ଆସୁଥିବାବେଳେ ଏଭଳି ଅଘଟଣ ଘଟିଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Popular Categories



