ଭୁବନେଶ୍ୱର: ଆଜି ରଜପର୍ବର ଦ୍ୱିତୀୟ ଦିନ ତଥା ରଜ ସଂକ୍ରାନ୍ତି । ଆଷାଢର ପହିଲି ପୁଲକରେ ପୁଲକିତ ଧରାପୃଷ୍ଠ। ରଜପାଇଁ ଗାଁଠୁ ସହର ଉତ୍ସବମୁଖର। ଦୋଳି ଖେଳରେ ମଉଜ କରୁଛନ୍ତି ଝିଅ ବୋହୂ। ଦ୍ୱିତୀୟ ଦିନରେ ସକାଳୁ ସକାଳୁ ଝିଅମାନେ ନୂଆ ପୋଷାକ ପରିଧାନ କରି ପିଠା, ମିଠା ଖାଇ ଦୋଳି ଖେଳୁଛନ୍ତି। କୁନି କୁନି ପିଲାମାନେ ପାଦରେ ଅଳତା ଓ ମଥାରେ କୁଙ୍କୁମ ଲଗାଇ ଦୋଳି ଖେଳ ରଜ ପର୍ବକୁ ଧୁମଧାମରେ ପାଳନ କରୁଛନ୍ତି। ଗାଁଠୁ ଆରମ୍ଭ କରି ସହରରେ ଦୋଳି ଖେଳର ଆୟୋଜନ କରାଯାଉଛି।



