www.samajalive.in
Friday, December 12, 2025
16.1 C
Bhubaneswar

ବିଶ୍ୱ ରକ୍ତଦାତା ଦିବସ ପାଳିତ

କେନ୍ଦୁଝରଗଡ଼଼: ଜିଲା ସ୍ୱାସ୍ଥ୍ୟ ସମିତି କେନ୍ଦୁଝର ଆନୁକୁଲ୍ୟରେ ବୁଧବାର ବିଶ୍ୱ ରକ୍ତଦାତା ଦିବସ ଜିଲା ରେଡକ୍ରସ ଯୁଗ୍ମ ସମ୍ପାଦକ ଏ.ଆର ଖାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟ ଡିଟିୟୁ ସଭାଗୃହରେ ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଜିଲା ମୁଖ୍ୟ ଚକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟି ମୁଖ୍ୟଅତିଥି, ଡିପିଏମ ନିତ୍ୟାନନ୍ଦ ବରାଳ ସମ୍ମାନିତ ଅତିଥି, ସମାଜସେବୀ ଧରିତ୍ରୀ ରାଉତ ମୁଖ୍ୟବକ୍ତା, ସହକାରୀ ପ୍ରଫେସର ବୈଦ୍ୟୁତିକ ସସ୍ମିତା ଚୌଧୁରୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଓ ରକ୍ତଦାତାଙ୍କ ମହାନତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଚଳିତ ବର୍ଷର ଶୀର୍ଷକ ‘ରକ୍ତଦାନର ୨୦ବର୍ଷ ପୂର୍ତ୍ତି ପାଳନ:ଧନ୍ୟବାଦ ସମସ୍ତ ରକ୍ତଦାତାଙ୍କୁ’ ସମ୍ପର୍କରେ ମଞ୍ଚାସୀନ ଅତିଥିଗଣ ବିସ୍ତୃତ ଭାବେ ଆଲୋକପାତ କରିବା ସହ ରକ୍ତଦାନ ଭଳି ଏକ ପୂଣ୍ୟ କାର୍ଯ୍ୟ ପାଇଁ ବିଶେଷକରି ଯୁବବର୍ଗ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ସର୍ବାଧିକ ରକ୍ତଦାନ ପାଇଁ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ କେନ୍ଦୁଝର ଓ ଶ୍ରୀମେଟାଲିକ୍ସ କାରଖାନା ବଡବିଲ ଏବଂ ହରିଚନ୍ଦନପୁରର ଶ୍ରୀନିବାସ ପାଇକରାୟଙ୍କୁ ଶ୍ରେଷ୍ଠ ଶିବିର ଆୟୋଜକ ଭାବେ ଟ୍ରଫି ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଡିପିଏଚ ସିଓ ଧନୁରାମ ମୁର୍ମୁ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories