www.samajalive.in
Saturday, December 6, 2025
26.1 C
Bhubaneswar

ହାରିବା ପରେ କାନ୍ଦିଲେ ପାକ୍‌‌ ଖେଳାଳି ନସିମ୍‌‌; ଶାନ୍ତ୍ୱନା ଦେଲେ ରୋହିତ

ମୁମ୍ବଇ: ଚଳିତ ଟି-୨୦ ବିଶ୍ୱକପରେ କୋହଲିଙ୍କୁ ପ୍ରଥମ ଓଭରରେ ଆଉଟ କରିଥିଲେ ପାକିସ୍ତାନ ଦଳର ବୋଲର ନସିମ୍‌‌ ଶାହ। ଏହାପରେ ସେ ବହୁତ ଖୁସି ହୋଇଥିଲେ। କିନ୍ତୁ ତାଙ୍କର ଏହି ଖୁସି ବେଶି ସମୟ ରହିନଥିଲା। ମ୍ୟାଚ ଶେଷରେ ନିଜେ କାନ୍ଦିଥିଲେ। ରବିବାର ଖେଳା ଯାଇଥିବା ଭାରତ-ପାକିସ୍ତାନ ଟି-୨୦ ମ୍ୟାଚରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।  ଜୁନ୯ରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଭାରତଠାରୁ ପରାଜିତ ହୋଇଛି ପାକିସ୍ତାନ। ଟସ୍‌‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲା ପାକ୍‌‌ ଟିମ୍‌‌। ମ୍ୟାଚରେ କମାଲ କରିଥିଲେ ପାକିସ୍ତାନ ବୋଲର। ଫଳରେ ଭାରତ ମାତ୍ର ୧୯ଓଭରରେ ୧୧୯ ରନ କରି ଅଲଆଉଟ ହୋଇଥିଲା। ଟି-୨୦ରେ ଏହା ଥିଲା ଭାରତରୁ ସବୁଠାରୁ କମ୍‌‌ ରନ୍‌‌ ରେଟ୍‌‌। ପାକିସ୍ତାନ ପକ୍ଷରୁ ନସିମ୍‌‌ ଶାହ ଓ ହାରିସ୍‌‌ ରଉଫ୍‌‌ ୩ଟି ଲେଖାଏଁ ୱିକେଟ ନେଇଥିଲେ।

୧୨୦ରନର ଲକ୍ଷ୍ୟ କରି ପାକିସ୍ତାନ ବ୍ୟାଟିଂ ଆରମ୍ଭ କରିବା ପରେ ବୁମରାଙ୍କ କମାଲ ଦେଖିବାକୁ ମିଳିଥିଲା। ବୁମରାଙ୍କ ବୋଲିଂରେ ଧରାଶାୟୀ ହୋଇଥିଲେ ପାକ୍‌‌ ଖେଳାଳି।  ଶେଷ ଓଭୟରେ ପାକ୍‌‌ ଟିମକୁ ୧୮ରନ ଆବଶ୍ୟକ ହୋଇଥିବା ବେଳେ ଅର୍ଶଦୀପ ସିଂହ ଓଭରର ପ୍ରଥମ ବଲରେ ୱାସିମଙ୍କୁ ଆଉଟ୍‌‌ କରି ଦେଇଥିଲେ। ଏହାପରେ ନସିମ୍‌‌ ବ୍ୟାଟିଂ ପାଇଁ ଆସିଥିଲେ। ହେଲେ ପ୍ରଥମ ବଲରେ ୧ରନ କରିବା ସହ ପରେ ଦୁଇଟି ଚୌକା ମାରି ବିଜୟ ଆଡକୁ ଟିମକୁ ନେଇଥିଲେ। ଶେଷ ବଲରେ ୮ରନ ଦରକାର ବେଳେ ତାହାକୁ ପୂରଣ  କରିପାରିନଥିଲେ ନସିମ୍‌‌। ଫଳରେ ଭାରତଠାରୁ ୬ରନରେ ପରାଜିତ ହୋଇଥିଲା ପାକିସ୍ତାନ। ଏହାପରେ ଫିଲ୍ଡରୁ ଯିବାବେଳେ କାନ୍ଦି ପକାଇଥିଲେ ନସିମ୍‌‌। ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ତାଙ୍କୁ ଶାନ୍ତ୍ୱନା ଦେଉଥିବା ଦେଖିବାକୁ ମିଳିଥିଲା।

- Advertisement -

 

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories