www.samajalive.in
Saturday, December 6, 2025
16.1 C
Bhubaneswar

ବୁଧବାର ଶପଥ ନେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ଜୁନ୍ ୧୨ ଅର୍ଥାତ୍ ବୁଧବାର ଶପଥ ନେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ। ଅପରାହ୍ଣ ୪ଟା ୪୫ରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ ଉତ୍ସବ ହେବ। ୨ଟା ୧୦ରେ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିବେ। ବିମାନ ବନ୍ଦରରୁ ସିଧା ରାଜଭବନ ଯିବେ ପ୍ରଧାନମନ୍ତ୍ରୀ। ବିଜେପି ସରକାରର ଶପଥ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ।  ରାଜଭବନରୁ ବାହାରି ପ୍ରଧାନମନ୍ତ୍ରୀ ରୋଡ୍ ଶୋ’ କରିବା ପରେ ଜନତା ମଇଦାନ ସମାରୋହରେ ପ୍ରଧାନମନ୍ତ୍ରୀ ପହଞ୍ଚିବେ।

ଆଉ କିଛି ଦିନ ପରେ ତ୍ରିଗ୍ରହୀ ଯୋଗ ; ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ଏମିତି ଚମକିବ ଭାଗ୍ୟ..

- Advertisement -

ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କାର୍ଯ୍ୟକ୍ରମ ନେଇ ପୁଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ ପକ୍ଷରୁ ସୂଚନା ମିଳିଛି। ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ହୋଟେଲ ଓ ନାଇଟ ବ୍ଲକିଂ ଓ ଚେକିଂ କଡାକଡି ଚାଲିଛି। ଶପଥ ଗ୍ରହଣ ସଭାସ୍ଥଳରେ ସବୁଦିନ ଚେକିଂ କରାଯାଉଛି। ସମ୍ପୂର୍ଣ୍ଣ ଜନତା ମଇଦାନକୁ ସିସିଟିଭି ନଜରରେ ରଖାଯାଇଛି। ଟ୍ରାଫିକ୍ ସମସ୍ୟା ନଉପୁଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ଅଗ୍ନିଶମ ବିଭାଗ ସଜାଗ ରହିଛି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories