www.samajalive.in
Sunday, December 14, 2025
15.1 C
Bhubaneswar

ଭାରତକୁ ୨ ଥର ଗୋପନୀୟ ଯାତ୍ରା କରିଛନ୍ତି କାନାଡ଼ା ଗୁଇନ୍ଦା ମୁଖ୍ୟ

ନୂଆଦିଲ୍ଲୀ: କାନାଡ଼ାର ଗୁଇନ୍ଦା ବିଭାଗ ମୁଖ୍ୟ ଡେଭିଡ ଭିଗନିଅଲ୍ଟ ଦୁଇ ଥର ଭାରତକୁ ଗୋପନୀୟ ଯାତ୍ରା କରିଛନ୍ତି। ଗତ ଫେବୃୟାରୀ ଏବଂ ମାର୍ଚ୍ଚରେ ସେ ଭାରତ ଆସିଥିବା ସଦ୍ୟ ଜଣାପଡ଼ିଛି। ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାର ତଦନ୍ତ ସଂକ୍ରାନ୍ତ ତଥ୍ୟ ଭାରତୀୟ ଅଧିକାରୀଙ୍କୁ ଜଣାଇବା ଲାଗି ସେ ଏଠାକୁ ଆସିଥିଲେ। କିନ୍ତୁ ନିଜ ଯାତ୍ରାକୁ ସେ ସମ୍ପୂର୍ଣ୍ଣ ଗୁପ୍ତ ରଖିଥିଲେ ବୋଲି ମାମଲାର ତଦନ୍ତ କରୁଥିବା ଭାରତୀୟ ଅଧିକାରୀଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି।

ଡେଭିଡ ହେଉଛନ୍ତି କାନାଡ଼ା ନିରାପତ୍ତା ଗୁଇନ୍ଦା ସେବା (ସିଏସଆଇଏସ)ର ନିର୍ଦ୍ଦେଶକ। ନିଜ୍ଜାର ହତ୍ୟା ମାମଲାରେ କାନାଡ଼ା ପକ୍ଷରୁ ମଧ୍ୟ ତଦନ୍ତ ଚାଲିଛି। ତଦନ୍ତରୁ ବାହାରିଥିବା ନିଷ୍କର୍ସ ସମ୍ପର୍କରେ ଭାରତୀୟ ତଦନ୍ତକାରୀ ଅଧିକାରୀଙ୍କୁ ଅବଗତ କରାଇବା ଲାଗି ସେ ଏଠାକୁ ଆସିଥିବା କୁହାଯାଉଛି।

- Advertisement -

ସୂଚନାଯୋଗ୍ୟ, ନିଜ୍ଜାର ହତ୍ୟା ପଛରେ ଭାରତୀୟ ଗୁଇନ୍ଦା ସଂସ୍ଥା ଏଜେଣ୍ଟଙ୍କ ହାତ ରହିଛି ବୋଲି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି। ମାତ୍ର ଭାରତ ଏହି ଅଭିଯୋଗକୁ ଭିତ୍ତିହୀତ ବୋଲି କହିଛନ୍ତି। ତେବେ ଏହି ମାମଲାରେ କାନାଡ଼ା ପୁଲିସ ୪ ଭାରତୀୟଙ୍କୁ ଗିରଫ କରିବା ପୂର୍ବରୁ କାନାଡ଼ାର ଗୁଇନ୍ଦା ମୁଖ୍ୟ ଡେଭିଡ ଭାରତ ଆସିଥିବା ଜଣାପଡ଼ିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories