www.samajalive.in
Saturday, December 6, 2025
16.1 C
Bhubaneswar

ନିଟ୍-ୟୁଜି ପରୀକ୍ଷାରେ ଗ୍ରେସ୍ ମାର୍କ ବିଭ୍ରାଟ, ସମୀକ୍ଷା କରିବ ୪ ଜଣିଆ କମିଟି

ଡେସ୍କ: ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା- ଅଣ୍ଡର ଗ୍ରାଜୁଏଟ୍ (ନିଟ୍-ୟୁଜି)ରେ ୧୫୦୦ରୁ ଅଧିକ ପରୀକ୍ଷାର୍ଥୀଙ୍କୁ ପ୍ରଦାନ କରାଯାଇଥିବା ଗ୍ରେସ୍ ମାର୍କର ସମୀକ୍ଷା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏକ ୪ ଜଣିଆ କମିଟି ଗଠନ କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)ର ମହାନିର୍ଦ୍ଦେଶକ ସୁବୋଧ କୁମାର ସିଂହ କହିଛନ୍ତି ଯେ ଏହି କମିଟିର ନେତୃତ୍ୱ ଜଣେ ପୂର୍ବତନ ୟୁପିଏସସି ଅଧ୍ୟକ୍ଷ ନେବେ।

ଏନଟିଏ ଡିଜି କହିଛନ୍ତି, କମିଟି ଏକ ସପ୍ତାହ ମଧ୍ୟରେ ଏହାର ସୁପାରିସ ଦାଖଲ କରିବ ଏବଂ ଏହି ପ୍ରାର୍ଥୀଙ୍କ ଫଳାଫଳ ସଂଶୋଧନ ହୋଇପାରେ। ଜୁନ୍ ୪ ତାରିଖରେ ମେଡିକାଲ/ଡେଣ୍ଟାଲ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ତା’ପରେ ପରୀକ୍ଷାର୍ଥୀମାନେ ଏକାଧିକ ସମସ୍ୟା ନେଇ ଅଭିଯୋଗ କରି ନୂଆ ପରୀକ୍ଷା ପାଇଁ ଦାବି କରିଛନ୍ତି। ଏହି ମାମଲାରେ ଅନେକ ଆଶାୟୀ ଅଦାଲତଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି। ପରୀକ୍ଷାରେ ୨୪ ଲକ୍ଷରୁ ଅଧିକ ପଞ୍ଜୀକରଣ ଏବଂ ୯୭% ଉପସ୍ଥାନ ରେକର୍ଡ କରାଯାଇଛି।

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ

- Advertisement -

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories