www.samajalive.in
Saturday, December 6, 2025
15.1 C
Bhubaneswar

୬ବର୍ଷ ବିତିଲା, ପିଲାରରେ ଅଟକିଛି କାଳିଗିରି ସେତୁ

କଳାପଥର(ବାଙ୍କୀ): ଆସୁଛି ମୌସୁମୀ ବର୍ଷା। ମହାନଦୀରେ ବନ୍ୟା ଆସିବ। ତଳିଆ ଅଞ୍ଚଳର ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବେ। ଯୋଗାଯୋଗ ବିଚ୍ଛିନ୍ନ ହେବ। ଏହି ବହୁବିଧ ସମସ୍ୟା ବର୍ଷ ବର୍ଷ ଧରି ଲାଗିରହିଥିବା ବେଳେ ଗତ ୬ବର୍ଷ ତଳେ ରାଜ୍ୟ ରାଜପଥ ବାଘମାରୀ -କଳାପଥର -ଭାପୁର ଓ ଖଣ୍ଡପଡ଼ା ବ୍ଲକକୁ ସଂଯୋଗ କରୁଥିବା କାଳିଗିରି ସେତୁ ନିର୍ମାଣ ଆରମ୍ଭ ହୋଇଥିଲା। ହେଲେ ଏଯାଏ ତାହା ଶେଷ ହୋଇପାରି ନାହିଁ। ପିଲାରରେ ଅଟକିଛି ସେତୁ ନିର୍ମାଣ।

- Advertisement -

ବର୍ଷା ଋତୁରେ ମହାନଦୀରେ ବଢ଼ି ଆସିଲେ କାଳିଗିରି ନାଳରେ ପଛୁଆ ପାଣି ଆସି ବାଙ୍କୀ ଓ ନୟାଗଡ ଜିଲ୍ଲା ଭାପୁର ବ୍ଲକର ପ୍ରାୟ ୧୦ଗୋଟି ପଂଚାୟତର ଧାନ ଜମି, ପରିବା ଫସଲ ସହ କିଛି ଗାଁ ଚତୁଃପାର୍ଶ୍ବ ଘେରି ଯାଇଥାଏ। ବିଶେଷକରି ବନ୍ୟା ସମୟରେ କାଳିଗିରି ସେତୁ ବୁଡ଼ିଯାଇ ଉପରେ ୭-୮ଫୁଟ ପାଣି ଲହଡ଼ି ଖେଳେ। ରାଜ୍ୟ ରାଜପଥ ପୂର୍ତ୍ତ ବିଭାଗ ଅଧୀନରେ ଥିବାବେଳେ ଏହି ସେତୁ ଦେଇ ଭୁବନେଶ୍ୱର, ଖୋର୍ଦ୍ଧା, କଟକ, ପୁରୀ, ବ୍ରହ୍ମପୁର, ନୟାଗଡ଼, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଆଦି ଜିଲାକୁ ଦୈନିକ ଶତାଧିକ ବସ ଯାତାୟାତ କରିଥାଏ। କିନ୍ତୁ ବର୍ଷା ଦିନେ ଗମନାଗମନ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଅଞ୍ଚଳବାସୀ ସରକାରଙ୍କ ନିକଟରେ ବହୁବାର ଦାବି ଆନ୍ଦୋଳନ କରିବା ପରେ ପୁରୁଣା ସେତୁକୁ ଭାଙ୍ଗି ନୂଆ ସେତୁ ନିର୍ମାଣ ପାଇଁ କୋଟି କୋଟି ଟଙ୍କାର ଟେଣ୍ଡର କରାଯାଇଥିଲା।

ଠିକାଦାର ପୁରୁଣା ସେତୁ ଭାଙ୍ଗି ନୂଆ ସେତୁ ତିଆରି କରୁଛି। ୬ବର୍ଷ ହେଲା କାମ ଆରମ୍ଭ ହୋଇଛି। ହେଲେ ମାତ୍ର ୬ଟି ପିଲାର ଖୁଣ୍ଟ ଶେଷ କରି ଛାତ ପତନ କରିଛନ୍ତି। ଆଗକୁ ମୌସୁମୀ ବର୍ଷା ହେଲେ ଅସ୍ଥାୟୀ ନିର୍ମାଣ ହୋଇଥିବା ରାସ୍ତା ଧୋଇ ହୋଇଯିବା ସମ୍ଭାବନା ରହିଛି। ନିର୍ଦ୍ଧାରିତ ସମୟରେ ସେତୁ ନିର୍ମାଣ ହୋଇ ନ ଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଦୂର ଦୁରାନ୍ତର ପଥଚାରି ଯାତାୟାତରେ ହୀନସ୍ତା ଭୋଗୁଛନ୍ତି। କଳାପଥର ପଂଚାୟତର ପର୍ଶୁରାମପୁର ଗ୍ରାମ ନିକଟରୁ ପ୍ରାୟ ୫୦୦ମିଟର ଅସ୍ଥାୟୀ ରାସ୍ତାର ଦୁଇ ପାର୍ଶ୍ଵରେ ବାଡ଼ ନ ଥିବାବେଳେ ସଙ୍କୁଚିତ ରାସ୍ତା ବର୍ଷାରେ ବିପଦକୁ ନିମନ୍ତ୍ରଣ କରିବ ବୋଲି ସାଧାରଣରେ ଅଭିଯୋଗ ହେଉଛି। ପୂର୍ତ୍ତ ବିଭାଗ ଦୃଷ୍ଟି ଦେଇ ସେତୁ ସମ୍ପୂର୍ଣ କରିବା ସହ ଅସ୍ଥାୟୀ ରାସ୍ତା ସୁଦୃଢ କରି ବାଡ଼ ଗ୍ୟାଲେରୀ କରିବାକୁ ସାଧାରଣରେ ଦାବି କରାଯାଇଛି। ଏ ସମ୍ପର୍କରେ ମତାମତ ସଂଗ୍ରହ ଲାଗି ଖୋର୍ଦ୍ଧା ପୂର୍ତ୍ତ ବିଭାଗ ଏସ. ଟି. ଓ. ସିଗନାଲ ସାହୁଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories