www.samajalive.in
Sunday, December 14, 2025
23.1 C
Bhubaneswar

୫ ଦିନରେ ୮୫୮ କୋଟି ବଢ଼ିଲା ଚନ୍ଦ୍ରବାବୁ ନାଇଡୁଙ୍କ ପରିବାରର ସମ୍ପତ୍ତି

ସମାଜ ଡିଜିଟାଲ ଡେସ୍କ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି, କେନ୍ଦ୍ରରେ ମେଣ୍ଟ ସରକାର ଗଢ଼ିବାରେ ବି ତାଙ୍କ ଦଳର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେବେ କିଙ୍ଗ୍‌‌ମେକର ସାଜିଥିବା ଚନ୍ଦ୍ରବାବୁଙ୍କୁ ବ୍ୟବସାୟରେ ବି ବଡ଼ ସଫଳତା ମିଳିଛି। ୫ ଦିନ ଭିତରେ ତାଙ୍କ ପରିବାରର ସମ୍ପତ୍ତି ୮୫୮ କୋଟି ଟଙ୍କା ବୃଦ୍ଧି ପାଇଛି।

ଚନ୍ଦ୍ରବାବୁଙ୍କ ପରିବାରର ହେରିଟେଜ ଫୁଡ୍‌‌ସ ନାମରେ ଏକ ଡାଏରୀ କମ୍ପାନୀ ରହିଛି। ଗତ ମେ ୩୧ ତାରିଖରୁ ଜୁନ ୪ ତାରିଖ ମଧ୍ୟରେ ଶେୟାର ବଜାରରେ ତାଙ୍କ କମ୍ପାନୀର ଲାଭାଂଶ ୬୪% ବୃଦ୍ଧି ପାଇଛି। ମେ ୩୧ରେ ହେରିଟେଜ ଫୁଡ୍‌‌ସର ଗୋଟିଏ ଶେୟାର ମୂଲ୍ୟ ୪୦୩ ଟଙ୍କା ରହିଥିଲା। ଜୁନ ୧ରେ ନିର୍ବାଚନ ସରିବା ପରେ ଏକଜିଟ ପୋଲ୍‌‌ ଫଳାଫଳ ପ୍ରକାଶ ପାଇଥିଲା। ଏହା ପର ଦିନଠାରୁ ହେରିଟେଜ ଫୁଡ୍‌‌ସର ଶେୟାର ମୂଲ୍ୟ ବୃଦ୍ଧି ପାଇଥିଲା। ଗତ ଶୁକ୍ରବାର ସୁଦ୍ଧା ଶେୟାର ମୂଲ୍ୟ ୬୪ ପ୍ରତିଶତ ବଢ଼଼ି ୬୬୨ ଟଙ୍କାରେ ପହଞ୍ଚିଥିଲା। ଏହି ବୃଦ୍ଧି ଯୋଗୁ ୫ ଦିନ ମଧ୍ୟରେ କମ୍ପାନୀର ମାଲିକାନା ଥିବା ନାଇଡୁ ପରିବାରର ୮୫୮ କୋଟି ଟଙ୍କା ଲାଭ ହୋଇଛି।

- Advertisement -

ଏହି ଡାଏରୀ କମ୍ପାନୀରେ ନାଇଡୁ ପରିବାରର ୩୫.୭ ପ୍ରତିଶତ ଅଂଶଧନ ରହିଛି। ସେଥିରୁ ଚନ୍ଦ୍ରବାବୁଙ୍କ ସ୍ତ୍ରୀ ନାରା ଭୁବନେଶ୍ୱରୀଙ୍କ ନାମରେ ୨୪.୪ ପ୍ରତିଶତ ଶେୟାର ରହିଛି। ସେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଅଛନ୍ତି। ଏହା ସହିତ ପୁଅ ନାରା ଲୋକେଶଙ୍କନାମରେ ୧୦.୮ ପ୍ରତିଶତ ଅଂଶଧନ ଥିବାବେଳେ ପରିବାରର ଅନ୍ୟ ସଦସ୍ୟଙ୍କ ନାମରେ ସ୍ୱଳ୍ପ ଅଂଶଧନ ରହିଛି।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories