ଝାରସୁଗୁଡା: ବ୍ରଜରାଜନଗର ଗାନ୍ଧୀଛକ ଫାଣ୍ଡି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟାୟାର ବୋଝେଇ ପିକଅପ୍ ଭ୍ୟାନ୍ ସହ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ସମ୍ପର୍କରେ ମାଇଁ, ଭଣଜା ହୋଇଥିବା ଜଣାପଡିଛି। ଆଜି ସକାଳେ ଚନ୍ଦିନିମାଲ ଛକ ନିକଟରେ ଏକ ଟାୟାର ବୋଝେଇ ଭ୍ୟାନ୍ ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ସହ ଧକ୍କା ହୋଇଥିଲା। ଫଳରେ ବାଇକରେ ଥିବା ମାଇଁ, ଭଣଜା ଛିଟକୀ ତଳେ ପଡିଥିଲେ। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି।
Popular Categories



