www.samajalive.in
Sunday, December 7, 2025
26.1 C
Bhubaneswar

୪ଦିନ ଗ୍ରୀଷ୍ମପ୍ରବାହ: ୧୩ ଜିଲ୍ଲାକୁ କାଳବୈଶାଖୀ ସତର୍କତା, ବଜ୍ରପାତରେ ୬ ମୃତ

ଭୁବନେଶ୍ବର : ରାଜ୍ୟର ପୃଥକ ପୃଥକ ସ୍ଥାନରେ ବିଜୁଳି ଘଡ଼ଘଡ଼ିରେ ୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ଅନ୍ତର୍ଗତ କୁଇଲିପାଳ ଗାଁରେ ବଜ୍ରାଘାତରେ ବାପା ଖୁଦୁରା ନାଏକ ଏବଂ ମା’ ଜିରା ନାଏକ ଗୁରୁତର ଆହତ ହୋଇଥିବା ବେଳେ ଝିଅ ସମ୍ବାରି ନାଏକଙ୍କ ମୃତ୍ୟୁ ଘଟିଛି। ସେହିପରି ଢେଙ୍କାନାଳ ଜିଲା କାମାକ୍ଷାନଗର ବାଘୁଆ ଗାଁରେ ବଜ୍ରପାତରେ ଫାଇନାନ୍ସ କର୍ମଚାରୀ ସନ୍ତୋଷ ବେହେରାଙ୍କ ମୃତ୍ୟୁ ଘଟିଥିବା ବେଳେ ସନ୍ଧ୍ୟାରାଣୀ ଜେନା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ନୂଆପଡ଼ା ଜିଲା ଖଡ଼ିଆଳରେ କିରିକିଟା ଗାଁରେ ବୃଦ୍ଧ ତହସିଲ ମାଝିଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ବୃଦ୍ଧ ସିଙ୍ଗଲ ମାଝି ଗୁରୁତର ହୋଇଛନ୍ତି। ନୟାଗଡ଼ ଜିଲା ଖଣ୍ଡପଡ଼ା ଗୌଡ଼ପାଟଣା ଗାଁରେ ବଜ୍ରାଘାତରେ ସୁକାନ୍ତି ବେହେରାଙ୍କ ମୃତ୍ୟୁ ଘଟିଛି। ଏହି ଜିଲାର ଗଣିଆ ଥାନା କେନ୍ଦୁପଲ୍ଲୀ ଗାଁରେ ବଜ୍ରାଘାତରେ ୧୦ ବଖରା ଘର ଜଳିଯାଇଛି। ଅନ୍ୟପଟେ କେନ୍ଦୁଝର ଜିଲା ଗୁମୁରା ଗାଁର ପ୍ରଦୀପ କୁମାର ଜେନା ଗାଈ ଚରାଇବାକୁ ଯାଇଥିବା ବେଳେ ବଜ୍ରାଘାତରେ ତାଙ୍କର ମୃତ୍ୟୁ ଘଟିଛି। କନ୍ଧମାଳ ଜିଲା ଟିକାବାଲି ଥାନା ଝିଡିଙ୍ଗି ଗାଁ ଜଣଙ୍କର ମୃତ୍ୟୁ ହୋଇଛି। ଅପରାହ୍ଣରେ ବାଲେଶ୍ବର, ଚାନ୍ଦବାଲି, କେନ୍ଦୁଝର, ଅନୁଗୋଳ, ଫୁଲବାଣୀ, ଟିଟିଲାଗଡ଼, ରାୟଗଡା, ଯାଜପୁର, ନୂଆପଡା ଜିଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇଛି। ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ୧୦ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ଥିବା ରେକର୍ଡ ହୋଇଛି। ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା ୪୩.୩ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନୂଆପଡା ୪୩, ରାଉରକେଲା ୪୦.୮, ବରଗଡ ୪୧, ବୌଦ୍ଧ ୪୧.୫, ସୁବର୍ଣ୍ଣପୁର ୪୦.୯, ଟିଟିଲାଗଡ ୪୧.୫, ହୀରାକୁଦ ୪୦.୧, ସମ୍ବଲପୁର ୪୧.୩, ଝାରସୁଗୁଡା ୪୦.୯, ଭୁବନେଶ୍ବର ୩୭.୬ ଏବଂ କଟକରେ ୩୭.୫ ଡିଗ୍ରୀ ରହିଛି। ଆସନ୍ତା ୩ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଦିନ ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ସମ୍ଭାବନା ଥିବାରୁ ୪ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ଅନୂଭୂତ ହୋଇପାରେ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କରିଛି। ଅପରାହ୍ଣରେ କାଳବୈଶାଖୀ ବର୍ଷା ପବନ ଆଶ୍ବସ୍ତି ଆଣିପାରେ। ଆସନ୍ତା ୨୪ଘଣ୍ଟା ମଧ୍ୟରେ ବରଗଡ, ବଲାଙ୍ଗିର ଏବଂ ନୂଆପଡା ଜିଲାକୁ ଗ୍ରୀଷ୍ମପ୍ରବାହ ପାଇଁ ସତର୍କତା ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ ଏବଂ ଢେଙ୍କାନାଳ ଜିଲାରେ କାଳବୈଶାଖୀ ଜନିତ ବର୍ଷା ପବନ ବହିପାରେ। ଉପରୋକ୍ତ ଜିଲାଗୁଡିକ ମଧ୍ୟରୁ କିଛି ଅଞ୍ଚଳରେ ଘଣ୍ଟାପ୍ରତି ୩୦ରୁ ୪୦କି.ମି ବେଗରେ ପବନ ବହିପାରେ। ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଏବଂ ଗଜପତି ଜିଲା ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ଅଧିକ ରହିବା ସମ୍ଭାବନା ରହିଛି। ଆସନ୍ତା ୩ରୁ ୪ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ କରିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories