www.samajalive.in
Friday, December 12, 2025
15.1 C
Bhubaneswar

ଆଇସିସି ପୁରୁଷ ଟି-୨୦ କ୍ରିକେଟ ବିଶ୍ୱକପ୍, ଆଜି କାନାଡ଼ା-ଆୟରଲ୍ୟାଣ୍ଡ ମୁକାବିଲା

ଡେସ୍କ: ଆଇସିସି ପୁରୁଷ ଟି-୨୦ କ୍ରିକେଟ ବିଶ୍ୱକପରେ ଆଜି ରାତିରେ ନାସାଓ କାଉଣ୍ଟି ଆନ୍ତର୍ଜାତିକ କ୍ରିକେଟ ଷ୍ଟାଡିୟମରେ କାନାଡ଼ା-ଆୟରଲ୍ୟାଣ୍ଡ ମୁକାବିଲା ହେବ।

ନିଟ୍ ପରୀକ୍ଷାରେ ହୋଇଥିବା ଅନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ କଂଗ୍ରେସ ଅଧ୍ୟକ୍ଷ

- Advertisement -

ଗତକାଲି ଆୟୋଜକ ଆମେରିକା ଏକ ରୋମାଞ୍ଚକର ମ୍ୟାଚରେ ପାକିସ୍ତାନକୁ ସୁପର ଓଭରରେ ୫ ରନରେ ପରାସ୍ତ କରିଛି।ଆମେରିକା ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଟାଇରେ ଶେଷ ହେବା ପରେ ଆମେରିକା ସୁପର ଓଭର ଜିତିଥିଲା। ପ୍ରଥମେ ଫିଲ୍ଡିଂ କରି ଆମେରିକା ପାକିସ୍ତାନକୁ ୧୫୯ ରନରେ ସୀମିତ ରଖିଥିଲା। ଏହାପରେ ନିର୍ଦ୍ଧାରିତ ୨୦ ଓଭରରେ ବ୍ୟାଟିଂ କରି ସ୍କୋର ୩ ଓ୍ଵିକେଟ୍ ହରାଇ ସମାନ ହୋଇଯାଇଥିଲା। ସୁପର ଓଭରରେ ଆମେରିକା ୧ ୱିକେଟ୍ ହରାଇ ୧୮ ରନ୍ କରିଥିଲା। ଜବାବରେ ପାକିସ୍ତାନ ଗୋଟିଏ ଓ୍ଵିକେଟ୍ ହରାଇ ମାତ୍ର ୧୩ ରନ୍ କରିପାରିଥିଲା। ଗତକାଲି ବାର୍ବାଡୋସର କେନସିଂଟନ ଓଭାଲରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ସ୍କଟଲାଣ୍ଡ ନାମିବିଆକୁ ୫ ୱିକେଟରେ ପରାସ୍ତ କରିଛି। ୧୫୬ ରନର ଟାର୍ଗେଟକୁ ପିଛା କରୁଥିବା ସ୍କଟଲାଣ୍ଡ ୫ ୱିକେଟ୍ ହରାଇ ୯ ବଲ୍ ବାକି ଥାଇ ଲକ୍ଷ୍ୟ ହାସଲ କରିନେଇଥିଲା। ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ନାମିବିଆ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୫୫ ରନ୍ କରିଥିଲା।

୬ ମାସ ଛୁଟିରେ ଗଲେ ସୁଜାତା କାର୍ତ୍ତିକେୟନ

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories