www.samajalive.in
Friday, December 12, 2025
15.1 C
Bhubaneswar

 ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଘଟଣାର ଛାନଭିନ କରୁଛି ସିମୁଳିଆ ପୁଲିସ

ସିମୁଳିଆ: ନିଛାଟିଆ ସ୍ଥାନରେ ଥିବା ଏକ ଗଛରୁ ପୁଲିସ ଦ୍ଵାରା ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ପାରିବାରିକ କଲହରୁ ଏପରି ଘଟଣା ଘଟିଥାଇ ପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ମୃତ ଯୁବକଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ କ’ଣ, କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କିଛି କାରଣ ରହିଛି ତାହା ଜାଣିବା ପାଇଁ ସିମୁଳିଆ ଥାନା ପୁଲିସ ଛାନଭିନ ଆରମ୍ଭ କରିଛି। ତଦନ୍ତ ପରେ

ବାଲେଶ୍ବର ଜିଲା ସିମୁଳିଆ ଥାନା ଅନ୍ତର୍ଗତ ମାଣିତ୍ରୀ ପଞ୍ଚାୟତର ଓଲଦପୁର ଗ୍ରାମର ଏକ ନିଛାଟିଆ ସ୍ଥାନରେ ଥିବା ଏକ କଦମ୍ବ ଗଛରେ ରଶି ଲଗାଇ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତ ଅବସ୍ଥା ରହିଥିବା ଦେଖି ଓ ସ୍ଥାନୀୟ ଲୋକେ ଦେଖି ସିମୁଳିଆ ପୁଲିସକୁ ଖବର ଦେଇଥିଲେ ।

- Advertisement -

ଖବର ପାଇ ସିମୁଳିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର ପରେ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି । ମୃତକ  ଜଣକ ଭଦ୍ରକ ଜିଲା ଆଗରପଡା ଥାନା ଅଞ୍ଚଳର କାଦବରାଙ୍ଗର ମୁରଲୀ ନାୟକଙ୍କ ପୁଅ ଅଲେଖ ବୋଲି ପୁଲିସ ସୂଚନା ଦେଇଛି। ଅଲେଖର ଶଶୁର ଘର ସିମୁଳିଆ ଥାନା ଅନ୍ତରା ପଞ୍ଚାୟତର ନୂଆ ଗ୍ରାମର ବୋଲି ଜଣାପଡିଛି । ପାରିବାରିକ କଳହ ଯୋଗୁଁ ଏଭଳି ଘଟଣା ଘଟିଥାଇ ପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେବେ ତଦନ୍ତ ପରେ ଅଲେଖଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସିମୁଳିଆ ପୁଲିସ ସୂଚନା ଦେଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories