www.samajalive.in
Saturday, December 13, 2025
21.1 C
Bhubaneswar

ଶୂନ୍ୟରେ ଶୁଭୁଛି ପ୍ରଚଣ୍ଡ ଶବ୍ଦ, ଲୋକେ ଆତଙ୍କିତ

ବାଲେଶ୍ବର: ବାଲେଶ୍ବର, ନୀଳଗିରି, ଭଦ୍ରକ ଏବଂ ବାସୁଦେବପୁରରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳୁଛି। ପାହାଡ଼ରୁ ପ୍ରଚଣ୍ଡ ଶବ୍ଦ ବାହାରୁ ଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଏହି ପ୍ରଚଣ୍ଡ ଶବ୍ଦ ଶୁଣି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ କେଉଁ ପାହାଡ଼ କିମ୍ବା  କେଉଁଠି ସୃଷ୍ଟି ହେଉଛି ଏଭଳି ପ୍ରଚଣ୍ଡ ଶବ୍ଦ ଏ ଯାଏଁ ଜଣାପଡ଼ି ନାହିଁ। ଗତ ଦୁଇଦିନ ହେବ ଏକ ମିନିଟରେ ଦୁଇରୁ ତିନି ଥର ଶୂନ୍ୟରେ ପ୍ରଚଣ୍ଡ ଶବ୍ବ ଶୁଣିବାକୁ ମିଳିଛି। ଗତକାଲି ଏବଂ ଆଜି ମଧ୍ୟ ଏକ ମିନିଟରେ ଦୁଇରୁ ୩ ଥର ପର୍ଯ୍ୟନ୍ତ ସମାନ ଶବ୍ଦ ଶୁଣାଯାଇଥିଲା।

ତେବେ ଆକାଶରୁ ଆସୁଥିବା କିମ୍ବା ଶୂନ୍ୟରୁ ଶୁଭୁଥିବା ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଆତଙ୍କିତ ହୋଇଥିବା ପ୍ରକାଶ କରିଛନ୍ତି। ତେବେ ବାଲେଶ୍ବର ଅତିରିକ୍ତ ଜିଲାପାଳ ସୁଧାକର ନାଏକ କହିଛନ୍ତି ଯେ ଡିଆରଡିଓରେ କୌଣସି ପରୀକ୍ଷଣ ହୋଇନାହିଁ। ମଝିରେ ମଝିରେ ପଶ୍ଚିମ ବଙ୍ଗରେ ଟେଷ୍ଟ ଫାୟାର କରାଯାଇଥାଇପାରେ। ଯାହାର ଏଭଳି ଶବ୍ଦ ଶୁଣବାକୁ ମିଳିଥାଇପାରେ। ତେବେ ଏ ସଂକ୍ରାନ୍ତରେ ଆମର ଅନ୍ୟ କିଛି ତଥ୍ୟ ହସ୍ତଗତ ହୋଇନାହିଁ। ଏହାକୁ ନେଇ ଲୋକେ ଆତଙ୍କିତ ହେବା ଦରକାର ନାହିଁ।

Hot this week

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories