www.samajalive.in
Saturday, December 13, 2025
27.1 C
Bhubaneswar

ଲକ୍ଷ୍ମୀ ବସରୁ ହଟିଲା ନବୀନ ପଟ୍ଟନାୟକଙ୍କ ଫଟୋ ଏବଂ ୫ଟି ଷ୍ଟିକର

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରେ ଗତ କିଛି ମାସ ପୂର୍ବରୁ ଓଡିଶା ସରକାରଙ୍କ ତରଫରୁ ରାଜ୍ୟ ପରିବହନ ବିଭାଗ ଏବଂ ଓଏସଆରଟିସି ଦ୍ୱାରା ରାଜ୍ୟର ପ୍ରତ୍ୟେକ ବ୍ଲକ ରେ ଲକ୍ଷ୍ମୀ ବସ  ଦିଆ ଯାଇଥିବା ବେଳେ ଅନୁରୂପ ଭାବରେ ଫିରିଙ୍ଗିଆ ବ୍ଲକରେ ମଧ୍ୟ ୭ଟି ଲକ୍ଷ୍ମୀ ବସ ଦିଆ ଯାଇ ବ୍ଲକରୁ ପ୍ରତ୍ୟେକ ପଞ୍ଚାୟତ ପର୍ଯ୍ୟନ୍ତ ଯାତ୍ରୀଙ୍କ ପାଇଁ ବିଶେଷ କରି ମହିଳାମାନଙ୍କ  ଯାତ୍ରା ପାଇଁ ୫ ଟଙ୍କାରେ ଯିବା ପାଇଁ ସୁବିଧା କରା ଯାଇଥିଲା।
ସବୁଠାରୁ ବଡ଼ କଥା ହେଉଛି ଏହି ବସ ରେ ଦୈନିକ ମାତ୍ର ୫ ସହ ରୁ ୧ ହଜାର ଟଙ୍କା ଯାତ୍ରୀଙ୍କ ଠାରୁ ଆଦାୟ ହେଉଥିବା ବେଳେ ଦୈନିକ ଖର୍ଚ୍ଚ ଗୋଟିଏ ବସ ପିଛା ୪ ହଜାର ରୁ ଅଧିକ ଖର୍ଚ୍ଚ ହେଉଥିଲା। ବସ ରେ ଓଡିଶା ସରକାର ଲେଖା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଫୋଟ ସହ ୫ ଟି ଲେଖା ଏବଂ ଲକ୍ଷ୍ମୀ ବସ ଓ ସ୍ୱୟଂ ସହାୟିକା ଗୋଷ୍ଠୀ ର ମହିଳାଙ୍କ ଫୋଟ ଷ୍ଟିକର ଲଗାଇ ସଜା ଯାଇଥିଲା। ପ୍ରତ୍ୟେକ ବସରେ ଡ୍ରାଇଭର, କଣ୍ଡକ୍ଟର, ହେଲ୍ପର ନିଯୁକ୍ତି ସହ ଗାଡିର ଦାଇତ୍ୱ ବୁଝିବାକୁ ପ୍ରତ୍ୟେକ ବ୍ଲକରେ ସୁପରଭାଇଜର ରଖି ବୁଝା ବୁଝି କରୁଥିଲେ।
ହଠାତ ଗତ ରାତିରେ ଗାଡ଼ିରେ ଲାଗିଥିବା ସବୁ ଷ୍ଟିକର ହଟାଇ ଦେଇଥିବା ବେଳେ ଗାଡି ରେ କେବଳ ଓଏସଆରଟିସି ଷ୍ଟିକର ଲଗାଯାଇ ଗାଡି ଚାଲିଛି। ଏହାର କାରଣ ଜଣା ପଡ଼ିନଥିବା ବେଳେ ଏହି ଘଟଣା ରେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିବା ବେଳେ କିଛି ସୂଚନା ମିଳିନଥିବା ବେଳେ ଓଏସଆରଟିସି ତରଫରୁ ଗତ ରାତିରେ ସମସ୍ତ ଡ୍ରାଇଭର ଓ କଣ୍ଡକ୍ଟର କୁ ଡାକି ସବୁ ଗାଡ଼ିରୁ ଷ୍ଟିକର ହଟାଇବାକୁ ଉପରୁ ନିର୍ଦ୍ଧେଶ ଆସିଥିବା କହିଛନ୍ତି ଗାଡିର କିଛି କର୍ମଚାରୀ। ତେବେ ଏହି ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଏହି ବସ କେତେଦିନ ଚାଲିବ ବୋଲି ଓ ସରକାର ପରିବର୍ତନ ଗାଡ଼ିରୁ ଷ୍ଟିକର କାଢ଼ିବାର ପ୍ରମୁଖ କାରଣ ବୋଲି ଆଲୋଚନା ଚାଲିଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories