ଜନସାଧାରଣଙ୍କୁ ସୌଭିକ୍ଙ୍କ କୃତଜ୍ଞତା
ଚୌଦ୍ୱାର: ଗତ ନିର୍ବାଚନରେ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ପ୍ରାର୍ଥୀ ସୌଭିକ୍ ବିଶ୍ୱାଳ ଦ୍ୱିତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ନୟନ କିଶୋର ମହାନ୍ତିଙ୍କ ଠାରୁ ୧୭ ହଜାର ୮୧୬ ଖଣ୍ଡ ଅଧିକ ଭୋଟ ପାଇଛନ୍ତି। ସୌଭିକ୍ ମୋଟ ୭୨ହଜାର ୩୨୫ଖଣ୍ଡ ଭୋଟ ପାଇଥିବାବେଳେ ଶ୍ରୀ ମହାନ୍ତି ୫୪ ହଜାର ୫୦୯ ଖଣ୍ଡ ଏବଂ କଂଗ୍ରେସ ପ୍ରାର୍ଥୀ ମୀରା ମଲ୍ଲିକ ୫ହଜାର ୧୧୮ଖଣ୍ଡ ଭୋଟ ପାଇଛନ୍ତି। ସାରା ରାଜ୍ୟରେ ବିଜେପି ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀ ମାନେ ବିପୁଳ ବିଜୟ ହାସଲ କରିଥିବା ବେଳେ ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଜନ ସମ୍ପର୍କ ତଥା ଲୋକପ୍ରିୟତା ଓ ଗତ ୫ବର୍ଷ ଭିତରେ ସୌଭିକ୍ଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସଫଳ ରୂପୟନ ଦିଗରେ ନିରନ୍ତର ପ୍ରୟାସ ଓ ଭୂମିକା ପାଇଁ ଚୌଦ୍ୱାର-କଟକର ଜନସାଧାରଣ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ପୁଣିଥରେ ତାଙ୍କୁ ବିଧାୟକ ଭାବେ ନିର୍ବାଚିତ କରିଥିବାରୁ ସେ ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣ, ଦଳୀୟ କର୍ମୀ ଓ ସ୍ଥାନୀୟ ନେତୃ ମଣ୍ଡଳୀଙ୍କୁ ଗଭୀର କୃତଜ୍ଞତା ଜଣାଇବା ସହିତ ଆଗାମୀ ଦିନରେ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ହିତ ପାଇଁ ପ୍ରୟାସ ଜାରୀ ରଖିବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି।
Comments are closed.