www.samajalive.in
Tuesday, December 9, 2025
16.1 C
Bhubaneswar

ଗୋଳାବନ୍ଧ ଆର୍ମି ଏଡି କଲେଜ ପରିସରରେ ବିଶ୍ବ ପରିବେଶ ଦିବସ ପାଳିତ

ଗୋପାଳପୁର: ଗୋଳାବନ୍ଧଠାରେ ଥିବା ଗୋପାଳପୁର ଆର୍ମି ଏଡି କଲେଜ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି। ଗତ ୨୪ ତାରିଖରୁ ଜୁନ ୪ ତାରିଖ ପର୍ଯ୍ୟନ୍ତ ଷ୍ଟେସନ ହେଡ୍‌ କ୍ଵାର୍ଟର ପକ୍ଷରୁ ବାୟୁ ପ୍ରଦୂଷଣ ରୋକିବା, ବର୍ଜ୍ୟବସ୍ତୁ ପରିଚାଳନା, ଜଳ ସଂରକ୍ଷଣ, ତାପମାତ୍ରା ବୃଦ୍ଧି ନେଇ ସଚେତନତା, ପରିବର୍ତ୍ତିତ ପାଣିପାଗ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସଚେତନତା ସୃଷ୍ଟି ସହ ଅନେକ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା। ଆଖପାଖ ଅଞ୍ଚଳ ସମେତ ଦେଶରେ ଥିବା ଜଙ୍ଗଲ ନଷ୍ଟ ନ କରି ତାହାର ସୁରକ୍ଷା କରିବା ସଚେତନତା ସୃଷ୍ଟି ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଆର୍ମି ଏୟାର ଡିଫେନ୍ସ ବ୍ରିଗେଡିୟର ଜେନେରାଲ ଷ୍ଟାଫ ଭି ଏସ ଏମ ବ୍ରିଗେଡିୟର ମନୀଷ କୁମାରଙ୍କ ସହ ବନ୍ଦନା କୁମାର ପ୍ରମୁଖ ଉପସ୍ଥିତ ରହି କ୍ୟାମ୍ପସ ପରିସରରେ ରହୁଥିବା ସମସ୍ତ ପରିବାର ଓ ଅଧିକାରୀମାନେ ନିଜ ଚତୁଃପାର୍ଶ୍ବରେ ରହିଥିବା ପରିବେଶର ସୁରକ୍ଷା କରିବା ସହ ଖାଲି ସ୍ଥାନମାନଙ୍କରେ ବ୍ୟାପକ ବୃକ୍ଷରୋପଣ କରିବାକୁ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ଏଥିସହ ନିଜକୁ ପରିବେଶ ସୁରକ୍ଷା ପାଇଁ ଏକ ଯୋଦ୍ଧା ଭାବେ କାମ କରିବା ସହ ବିଶ୍ବ ତାପମାତ୍ରା ବୃଦ୍ଧି ରୋକିବାରେ ସହାୟକ ହେବାକୁ ମତପୋଷଣ କରିଥିଲେ। ପରିବେଶ ସୁରକ୍ଷା ଦିଗରେ ଜାତୀୟ ପ୍ରୟାସ ସହିତ ଡି-କାର୍ବନାଇଜେସନ୍ ଏବଂ ନିରନ୍ତର ବିକାଶ ଦିଗରେ ଭାରତୀୟ ସେନାର ନିରନ୍ତର ପ୍ରୟାସକୁ ପ୍ରଶଂସା କରିଥିଲେ। ଶେଷରେ ଅତିଥି ସମେତ ଉପସ୍ଥିତ ରହିଥିବା ସେନା କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟମାନଙ୍କ ଦ୍ବାରା ବ୍ୟାପକ ବୃକ୍ଷରୋପଣ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories