www.samajalive.in
Sunday, December 7, 2025
14.1 C
Bhubaneswar

ବ୍ଲକ ପ୍ରଶାସନ ନ ଶୁଣିବାରୁ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ଅସହାୟ ପରିବାର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତର ୧୪ ନମ୍ବର ୱାର୍ଡର ନିରଞ୍ଜନ ବେହେରାଙ୍କ ଘର ଉପରେ କାଳ ବୈଶାଖୀରେ ୨ଟି ବିଶାଳକାୟ ଗଛ ପଡିବା ପରେ ଘର ଭିତରେ ଥିବା ୨ ଜଣ ମା ଓ ପୁଅ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିବା ବେଳେ ଘରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଦମକଳ ବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ୮ରୁ ୯ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ କେବଳ ଗଛ କଟା ସରିଥିଲା। ତେବେ ଏବେବି ଗଛର ବଡ଼ ଗଣ୍ଡି କାଠ ଗୁଡିକ ଘର ଭିତରେ ରହିଥିବା ବେଳେ ଘରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଘରେ ଥିବା ବାସନ କୁଶନ ଆସବାବ ପତ୍ର ଲୁଗାପଟା ଏମିତିକି ଚାଉଳ ସହ ଅନ୍ୟାନ୍ୟ ସମସ୍ତ ଜିନିଷ ନଷ୍ଟ ହୋଇଥିବା ବେଳେ ପରିବାର ଲୋକେ ଅସହାୟ ଅବସ୍ଥାରେ ଖାଇବାକୁ ନ ପାଇ ପର ବାରଣ୍ଡାରେ ଜୀବନ କାଟୁଛନ୍ତି। ବର୍ତମାନ ୩ରୁ ୪ ଦିନ ବିତିଯାଇଥିଲେ ମଧ୍ୟ ତହସିଲ କାର୍ଯ୍ୟାଳୟ ତରଫରୁ କେବଳ ରାଜସ୍ବ ନିରୀକ୍ଷକ ଆସି କେବଳ ପାଲ ଖଣ୍ଡିଏ ଯୋଗାଇ ଦେଇଥିବା ବେଳେ ବ୍ଲକ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ ବିଡ଼ିଓ କି କୌଣସି ଅଧିକାରୀ ଘଟଣାସ୍ଥଳକୁ ନ ଆସିବା ବଡ଼ ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ଅଞ୍ଚଳ ବାସୀ। ଏମିତି କି ପୀଡିତ ପରିବାର ସ୍ଥାନୀୟ ବିଡ଼ିଓ ଅନୁପ ଅଭିଷେକ ବେହେରାଙ୍କୁ ଫୋନ କରିଥିଲେ ମଧ୍ୟ କାହାର ଫୋନ ଉଠାଉନଥିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ବାଧ୍ୟ ହୋଇ ସହାୟତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକେ। ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜରୁରୀକାଳୀନ ପ୍ରକୋଷ୍ଠରେ ଅଧିକାରୀଙ୍କୁ ଭେଟି ନିଜର ଦୁଃଖ ଜଣାଇବା ସହ ତୁରନ୍ତ ସହାୟତା ଯୋଗାଇବାକୁ ନିବେଦନ କରିଛନ୍ତି ପୀଡିତ ପରିବାର।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories