ଏଲଏନଟି କମ୍ପାନୀର ମନମାନି
ବାଉଁଶୁଣି: ବାଉଁଶୁଣି ଅଞ୍ଚଳରେ ଦୀର୍ଘ ଦିନ ହେବ ଜଳ ସମସ୍ୟା ଲାଗି ରହିଥିଲା ଓ ଏଥିପାଇଁ ବାଉଁଶୁଣି ଅଞ୍ଚଳବାସୀ ବାରମ୍ବାର ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ପାଖରେ ମଧ୍ୟ ଅଭିଯୋଗ କରିଥିଲେ। ଅଞ୍ଚଳବାସୀଙ୍କ ଅଭିଯୋଗକୁ ଭିତ୍ତି କରି ପ୍ରଶାସନର ନିର୍ଦ୍ଦେଶ କ୍ରମେ ଗତ କିଛି ଦିନ ହେବ ଏଲଏନଟି ନାମକ ଏକ ଘରୋଇ କମ୍ପାନୀ ବାଉଁଶୁଣି ଅଞ୍ଚଳ ସମେତ ଡ଼ିମିରିପାଲିରେ ଗାତ ଖୋଲି ପାଇପ ପୋତିବା ଆରମ୍ଭ କରିଥିଲା। ମାତ୍ର ଜଣେ ବ୍ୟବସାୟୀ ଗାତ ଖୋଳାକୁ ବିରୋଧ କରୁଛି ବୋଲି ବାହାନା କରି ପାଇପ ବିଛାଇବା କାମକୁ ସ୍ଥଗିତ ରଖିଥିବା ଜଣାପଡ଼ିଛି। ଫଳରେ ଜନସାଧାରଣ ନାହିଁ ନା ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
Comments are closed.